ବିଶ୍ବହିନ୍ଦୁ ପରିଷଦ ଜିଲା ସଭାପତିଙ୍କ ପରଲୋକ : ଖେଳିଗଲା ଶୋକର ଛାୟା

ଭଞ୍ଜନଗର,୮।୧୦(ବାବୁଲା ପ୍ରଧାନ): ବିଶ୍ବ ହିନ୍ଦୁ ପରିଷଦ ଘୁମୁସର ସାଂଗଠନିକ ଜିଲା ସଭାପତି ସୁଧିର କୁମାର ନାୟକ(୬୨)ଙ୍କ ପରଲୋକ ଘଟିଛି। ସେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ବଡ ବାପା ପୁଅ ଭାଇ ହେବେ। ବିଧାୟକ ନାୟକ ସୁଧିରଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସୁଧୀର ଜଣେ ମେଳାପି, ପରୋପକାରୀ, ଜୟ ଶ୍ରୀରାମ ପ୍ରଚାରକ,ଦେଶପ୍ରେମୀ , ତିଲିସିଙ୍ଗି ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ସମେତ ଅନେକ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ତାଙ୍କର ବିୟୋଗରେ ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କର୍ମକର୍ତ୍ତା ମୁରଲୀଧର ପଣ୍ଡା, ଗୁପ୍ତେଶ୍ୱର ସୁବୁଦ୍ଧି ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ ଯେ, ସୁଧିର ଗତକାଲି ତାଙ୍କ ବାସଭବନ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଲିସିଙ୍ଗିରେ ଥିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ କୁ ନିଆଯାଇଥିଲା। ସେଠାରେ ସେ ସନ୍ଧ୍ୟାରେ ପରଲୋକ ଗମନ କରିଥିଲେ। ଏହାପରେ ପୁରୀରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ଏହି ସମୟରେ ବିଶ୍ବ ହିନ୍ଦୁ ପରିଷଦର ଅନେକ କର୍ମକର୍ତ୍ତା ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।