ଭର୍ଚୁଆଲ କରେନ୍ସି ବିଟ୍‌କଏନ ଏବେ ଏଲ୍‌ ସାଲଭେଡରରେ ହେବ ଲାଗୁ…

ସାନ୍‌ ସାଲଭେଡର, ୯।୬: ସେଣ୍ଟ୍ରାଲ ଆମେରିକାର ଦେଶ ଏଲ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍‌କଏନ ବୈଧ କରିବାକୁ ଯୋଜନା ହୋଇଛି। ପୂର୍ବରୁ ରାଷ୍ଟ୍ରପତି ନାଏବ ବୁକେଲେ ଏ ନେଇ କଂଗ୍ରେସରେ ବିଲ ଆଣିବେ ବୋଲି ମିଆମିରେ ଅନୁଷ୍ଠିତ ବିଟ୍‌କଏନ-୨୦୨୧ କନଫରେନ୍ସରେ ଏକ ଭିଡିଓ ବାର୍ତ୍ତାରେ କହିଥିଲେ। ଏପରି ହେଲେ ବିଟ୍‌ କଏନକୁ ବୈଧ କରିବାରେ ଏଲ ସାଲଭେଡର ବିଶ୍ୱର ପ୍ରଥମ ଦେଶ ହେବ। ବିଟ୍‌କଏନ ଟେକ୍ନୋଲୋଜି ବ୍ୟବହାର କରି ଆଧୁନିକ ଆର୍ଥିକ ଭିତ୍ତିଭୂମି ର୍ନିମାଣ ପାଇଁ ଦେଶ ଡିଜିଟାଲ ୱାଲେଟ କମ୍ପାନୀ ଷ୍ଟ୍ରାଇକ ସହ ସହଭାଗିତା କରୁଥିବା ସେ କହିଛନ୍ତି। ଏଲ ସାଲଭେଡରରେ ଅଧିକାଂଶ ନଗଦ ଟଙ୍କା କାରବାର ହୋଇଥାଏ। ସେଠାରେ ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନାହିଁ। ଭର୍ଚୁଆଲ କରେନ୍ସି ବିଟ୍‌କଏନ ଦ୍ୱାରା ଏଲ ସାଲଭେଡରର ବାର୍ଷିକ ୬ ବିଲିୟନ୍‌ ଡଲାର ରିମିଟାନ୍ସ୍‌ ସହଜରେ ହୋଇପାରିବ। ଏହାଦ୍ୱାରା ଦୋରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବୃଦ୍ଧି ପାଇବ।