ଆର୍ମିରେ ଭର୍ତ୍ତି ହେବା ପାଇଁ ଏହି ଦେଶରେ ଯୁବତୀଙ୍କର ହୋଇଥାଏ ଭର୍ଜିନିଟି ଟେଷ୍ଟ, ଏବେ ଆସିଲା ଏମିତି ରିପୋର୍ଟ

ଜାକର୍ତ୍ତା: ଏମିତି ଦେଶ ଅଛି, ଯେଉଁଠି ଆର୍ମିରେ ଭର୍ତ୍ତି ହେବା ପାଇଁ ଯୁବତୀମାନଙ୍କର ଭର୍ଜିନିଟି ଟେଷ୍ଟ କରାଯାଉଥିଲା। ମାତ୍ର ଏବେ ଆଉ ଏପରି କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏମିତି ଦେଶ ହେଉଛି ଇଣ୍ଡୋନେସିଆ।

୧୯୬୫ ମସିହାରୁ ଇଣ୍ଡୋନେସିଆ ସେନା, ନେଭି ଏବଂ ଏୟାରଫୋର୍ସରେ ଭର୍ତ୍ତି ହେବାକୁ ଥିବା ଯୁବତୀମାନଙ୍କର ଭର୍ଜିନିଟି ଟେଷ୍ଟ ହେଉଥିଲା। ମାତ୍ର ଏହା ସମ୍ପୂର୍ଣ୍ଣ ମାତ୍ରାରେ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତିକୁ ଇଣ୍ଡୋନେସିଆ ମାନବାଧିକାର ସଙ୍ଗଠନ ଏବଂ ଫେମିନିଷ୍ଟିସ୍‌ ଗ୍ରୁପ୍‌ ସ୍ବାଗତ କରିଛି।

ଏକ ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆରେ ଥିବା ଏହି ନିୟମକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ। ଚୟନ ପ୍ରକ୍ରିୟା ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ସମାନ ହେବ। କାରଣ ପୂର୍ବରୁ ଏପରି ଟେଷ୍ଟ କରାଯିବାରୁ ଅନେକ ଯୁବତୀ ଅକୃତକାର୍ଯ୍ୟ ହେଉଥିଲେ। ବର୍ତ୍ତମାନ ଏହି ନିୟମକୁ ବାରଣ କରାଯାଇଛି ବୋଲି ଇଣ୍ଡୋନେସିଆ ସେନାର ଜଣେ ପ୍ରବକ୍ତା କହିଛନ୍ତି।

ଏହି ପ୍ରକ୍ରିୟାରେ ଯୁବତୀମାନଙ୍କୁ ଟୁ-ଫିଙ୍ଗର ଟେଷ୍ଟ ଦେବା ପାଇଁ ପଡ଼ିଥାଏ। ଏହି ଟେଷ୍ଟରେ ଯେଉଁମାନେ ଫେଲ୍‌ ହୁଅନ୍ତୁ ତାଙ୍କୁ ଆର୍ମିରେ ଭର୍ତ୍ତି ହେବା ପାଇଁ ଅଯୋଗ୍ୟ ଘୋଷଣା କରାଯାଏ। ୨୦୧୮ରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏହି ଟେଷ୍ଟକୁ ବନ୍ଦ କରିବା ପାଇଁ ଅପିଲ କରିଥିଲା। ଡବ୍ଲ୍ୟୁଏଚ୍‌ଓ କହିଥିଲା ଏହି ଟେଷ୍ଟ କରାଯିବା ଦ୍ୱାରା ମହିଳାମାନଙ୍କ ଅଧିକାର ଉଲ୍ଲଂଘନ କରାଯାଉଥିଲା। ବର୍ତ୍ତମାନ ଏହି ଟେଷ୍ଟର ଅନ୍ତ ଘଟିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।