ଚେନ୍ନାଇ ସୁପରକିଙ୍ଗ୍ସର ପ୍ରଥମ ପସନ୍ଦ ଧୋନୀ ନୁହେଁ ବରଂ ଏହି ଖେଳାଳି ଥିଲେ: ପୂର୍ବତନ କ୍ରିକେଟରଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୩।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣକୁ ଆଉ କିଛି ଦିନ ବାକି। ଏହା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସର ପୂର୍ବତନ ଖେଳାଳି ଏସ୍‌ ବଦ୍ରିନାଥ ଏକ ବଡ଼ ଖୁଲାସା କରିଛନ୍ତି। ଆଇପିଏଲ୍‌ର ଉଦ୍‌ଘାଟନୀ ସିଜନ୍‌ରେ ସିଏସ୍‌କେର ପ୍ରାଥମିକତା ଏମ୍‌.ଏସ୍‌. ଧୋନୀ ନ ଥିଲେ। ବରଂ ବିରେନ୍ଦ୍ର ସେହଓ୍ବାଗ୍‌କୁ ଫ୍ରାଞ୍ଚାଇଜ୍‌ କିଣିବାକୁ ଚାହୁଁଥିଲା। ହେଲେ ଶେଷରେ ଧୋନୀଙ୍କ ଚୟନ କରାଯାଇଥିଲା।

ସିଏସ୍‌କେର ଫ୍ରାଞ୍ଚାଇଜ୍‌ଙ୍କୁ ଲାଗୁଥିଲା ଯେ ସେହଓ୍ବାଗ୍‌ ଅଧିନାୟକ ଭାବେ ଭଲ ପ୍ରଦର୍ଶନ କରିବେ। ହେଲେ ସେହଓ୍ବାଗ୍‌ ଘରୋଇ କ୍ରିକେଟରେ ଦିଲ୍ଲୀକୁ ପ୍ରତିନିଧିତ୍ୱ କରିବେ ବୋଲି କହିଦେଇଥିଲେ। ବିକଳ୍ପ ନ ମିଳିବାପରେ ଧୋନୀ ସିଏସ୍‌କେ ପାଇଁ ଠିକ୍‌ ରହିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା।

୨୦୦୮ରୁ ଆଇପିଏଲ୍‌ ଆରମ୍ଭ ହୋଇଛି। ଆଇପିଏଲ୍‌ରେ ସବୁଠାରୁ ମହଙ୍ଗା ଖେଳାଳି ଥିବା ଧୋନୀ ଇତିମଧ୍ୟରେ ୩ ଥର ଟିମ୍‌କୁ ଜିତାଇଛନ୍ତି।