ଯେବେଠୁ ବିବାହ କଲେଣି, ସେବେଠୁ ଲିଫ୍ଟରେ ଯିବାକୁ ଭୟ ଲାଗୁଛି, କାହିଁକି ଏମିତି କହିଥିଲେ ବୀରେନ୍ଦ୍ର ସେହ୍ବାଗ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିକେଟର୍‌ୁ ଅବସର ନେବା ପରେ ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ସେ ସୋସିଆଲ ମିଡିଆରେ  ମଜାକିଆ ପୋଷ୍ଟ କରି ସର୍ବଦା ଚର୍ଚ୍ଚାରେ ଥାନ୍ତି। ସେହ୍ବାଗ ୨୦୦୪ରେ ଆରତୀ ଅହଲାଓ୍ବତଙ୍କୁ ବିବାହ କରିଥିଲେ। ଏହାପରେ ତାଙ୍କ ଖେଳରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। କିନ୍ତୁ ବ୍ୟକ୍ତିଗତ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଥିଲା। ଏକ ସାକ୍ଷାତକାରରେ ସେହ୍ବାଗ କହିଥିଲେ, ପ୍ରଥମେ ପ୍ରଥମେ ମୋତେ ଉଡାଜାହାଜରେ ବସିବାକୁ ଡର ଲାଗୁଥିଲା। କିନ୍ତୁ ଧୀରେ ଧୀରେ ଏହା ଅଭ୍ୟାସରେ ପରିଣତ ହୋଇଗଲା। ମୃତ୍ୟୁକୁ ନେଇ ସମସ୍ତଙ୍କ ମନରେ ଭୟ ଥାଏ। ପ୍ରଥମେ ବିବାହ ଏବଂ ଦୁଇଟି ପୁଅ ହେବା ପରେ ମୃତ୍ୟୁକୁ ନେଇ ଆହୁରି ଭୟ ଲାଗିଥିଲା। ଏଥିପାଇଁ ଉଡାଜାହାଜ କ’ଣ ବେଳେବେଳେ ଲିଫ୍ଟରେ ଯିବାକୁ ମଧ୍ୟ ଭୟ ଲାଗେ ବୋଲି ସେ କହିଥିଲେ।