Categories: Home Leftଖେଳ

ଅଷ୍ଟ୍ରେଲିଆ ସିରିଜ୍‌ ପୂର୍ବରୁ ବଡ଼ ସଙ୍କେତ ଦେଲେ କୋହଲି, ୨୦୨୭ରେ…

ନୂଆଦିଲ୍ଲୀ,୧୬।୧୦: ବିରାଟ କୋହଲି ସୋସିଆଲ ମିଡିଆରେ ବହୁତ କମ ତାଙ୍କର ବ୍ୟକ୍ତିଗତ ଚିନ୍ତାଧାରା ପୋଷ୍ଟ କରନ୍ତି। ଏବେ, ତାଙ୍କର ଏକ ପୋଷ୍ଟ ((Virat Kohli Latest Tweet) ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି, ଯାହାକୁ ତାଙ୍କର ୨୦୨୭ ବିଶ୍ୱକପ ଯୋଜନା ସହିତ ଯୋଡାଯାଇଛି। ନିକଟରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତ ଖବରରେ ରହିଛି। ଏହି ସମୟରେ, ବିରାଟ X ରେ ପୋଷ୍ଟ କରି ଲେଖିଛନ୍ତି ଯେ ଆପଣ ସେବେ ଫେଲ୍‌ ହେବେ, ଯେତେବେଳେ ହାର ମାନିଯିବେ।

ବିରାଟ କୋହଲି ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଲଣ୍ଡନରେ ନିୟମିତ ଅଭ୍ୟାସ କରୁଥିଲେ। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ମଧ୍ୟ, ସେ ନେଟ୍ସରେ କଠିନ ପରିଶ୍ରମ କରୁଛନ୍ତି। ତାଙ୍କର ସଦ୍ୟତମ ସୋସିଆଲ ମିଡିଆ ପୋଷ୍ଟରେ, ସେ ଲେଖିଛନ୍ତି, ଆପଣ କେବଳ ହାର ମାନିଲେ ପ୍ରକୃତରେ ବିଫଳ ହୁଅନ୍ତି।

କିଛି ଦିନ ପୂର୍ବରୁ, ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ ବିରାଟ ଏବଂ ରୋହିତ ଉଭୟ ୨୦୨୭ ଏକଦିବସୀୟ ବିଶ୍ୱକପ ପାଇଁ ପ୍ରତିବଦ୍ଧ ନୁହଁନ୍ତି। ସେ କହିଥିଲେ ଯେ ଯଦି ଉଭୟ ବରିଷ୍ଠ ଖେଳାଳି ଫିଟ ଅଛନ୍ତି, ତେବେ ସେମାନେ ଘରୋଇ କ୍ରିକେଟ ଖେଳିବା ଉଚିତ।

 

Dharitri – The Largest & Most Trusted Odia Daily