Categories: Home Leftଖେଳ

ଭାରତ-ଅଷ୍ଟ୍ରେଲିଆ ସିରିଜ: ଲଣ୍ଡନରୁ ଅଷ୍ଟ୍ରେଲିଆ ଯିବେ ନାହିଁ ବିରାଟ କୋହଲି, ଆସିଲା ବଡ ଖବର

ମୁମ୍ବାଇ,୮।୧୦: ଭାରତୀୟ କ୍ରିକେଟ ଦଳ ଆଗାମୀ ୧୫ ଅକ୍ଟୋବରରୁ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ, ଯେଉଁଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନୋଟି ଦିନିକିଆ ଓ ପାଞ୍ଚଟି ଟି-୨୦ ମ୍ୟାଚ ଖେଳାଯିବ। ପିଟିଆଇ ରିପୋର୍ଟ ଅନୁଯାୟୀ, ଭାରତୀୟ ଖେଳାଳିମାନେ ଦୁଇଟି ବ୍ୟାଚରେ ଅଷ୍ଟ୍ରେଲିଆ ଯାତ୍ରା କରିବେ। ପ୍ରଥମ ଦଳ ୧୫ ଅକ୍ଟୋବର ସକାଳେ ଏବଂ ଦ୍ୱିତୀୟ ଦଳ ସେହି ଦିନ ସନ୍ଧ୍ୟାରେ ଉଡ଼ାଣ ଭରିବ।

ଭାରତୀୟ ଷ୍ଟାର ଖେଳାଳି ବିରାଟ କୋହଲି ବର୍ତ୍ତମାନ ଲଣ୍ଡନରେ ତାଙ୍କ ପରିବାର ସହ ଅଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଖେଳିବେ। ବିସିସିଆଇ ସୂତ୍ର ଅନୁଯାୟୀ, କୋହଲି ଲଣ୍ଡନରୁ ପ୍ରଥମେ ଦିଲ୍ଲୀ ଫେରିବେ ଏବଂ ରୋହିତ ଶର୍ମା ଓ ଶ୍ରେୟସ ଆୟାରଙ୍କ ସହ ଦଳରେ ଯୋଗ ଦେଇ ୧୫ ଅକ୍ଟୋବର ବା ତା’ପୂର୍ବ ଦିନ ଅଷ୍ଟ୍ରେଲିଆ ଯାତ୍ରା କରିବେ।

ଭାରତର ଅଷ୍ଟ୍ରେଲିଆ ଗସ୍ତ କାର୍ଯ୍ୟସୂଚୀ:
ଦିନିକିଆ ସିରିଜ (ଭାରତୀୟ ସମୟ ସକାଳ ୯ଟା):
୧୯ ଅକ୍ଟୋବର: ପ୍ରଥମ ମ୍ୟାଚ, ପର୍ଥ
୨୩ ଅକ୍ଟୋବର: ଦ୍ୱିତୀୟ ମ୍ୟାଚ, ଆଡିଲେଡ
୨୫ ଅକ୍ଟୋବର: ତୃତୀୟ ମ୍ୟାଚ, ସିଡ଼ନୀ

ଟି-୨୦ ସିରିଜ (ଭାରତୀୟ ସମୟ ଦିନ ୧:୪୫):
୨୯ ଅକ୍ଟୋବର: ପ୍ରଥମ ମ୍ୟାଚ, କାନବେରା
୩୧ ଅକ୍ଟୋବର: ଦ୍ୱିତୀୟ ମ୍ୟାଚ, ମେଲବର୍ନ
୨ ନଭେମ୍ବର: ତୃତୀୟ ମ୍ୟାଚ, ହୋବାର୍ଟ
୬ ନଭେମ୍ବର: ଚତୁର୍ଥ ମ୍ୟାଚ, ଗୋଲ୍ଡ କୋଷ୍ଟ
୮ ନଭେମ୍ବର: ପଞ୍ଚମ ମ୍ୟାଚ, ବ୍ରିସବେନ

ଏହି ଗସ୍ତ ଭାରତୀୟ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହେବ, ଯେଉଁଠାରେ କୋହଲି ଓ ରୋହିତ ଭଳି ଷ୍ଟାର ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

Dharitri – Odisha’s No.1 Trusted Odia Daily