ନୂଆଦିଲ୍ଲୀ,୧୪।୧: ଫୁଲ୍ ଫର୍ମରେ ଥିବା ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇପାରନ୍ତି। କୋହଲି ଗତ ୫ ମ୍ୟାଚ୍ରେ ୫ଥର ୫୦ରୁ ଅଧିକ ସ୍କୋର କରିଛନ୍ତି। ଏହି ଧାରା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ର ଅନ୍ତିମ ମ୍ୟାଚ୍ରୁ ଆରମ୍ଭ ହୋଇଥିଲା। କୋହଲି ଏବେ ଲଗାତର ୫ ଦିନିକିଆ ମ୍ୟାଚ୍ରେ ୫୦ରୁ ଊର୍ଦ୍ଧ୍ୱ ରନ୍ କରିଥିବା ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ୍, ରୋହିତ ଶର୍ମା ଓ ଅଜିଙ୍କ୍ୟ ରାହାନେଙ୍କ ସହ ମିଳିତ ଚତୁର୍ଥ ସ୍ଥାନରେ ରହିଛନ୍ତି। ଯଦି ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ଅର୍ଦ୍ଧଶତକ କରନ୍ତି, ତେବେ ସେ କେନ୍ ଓ୍ବିଲିୟମସନ, ଶାଇ ହୋପ୍, ବାବର ଆଜାମ, ପଲ ଷ୍ଟିର୍ଲିଂ, ରସ୍ ଟେଲର ଓ କ୍ରିସ୍ ଗେଲ୍ଙ୍କ ସମକକ୍ଷ ହେବେ। ତେବେ ଲଗାତର ସର୍ବାଧିକ ସଂଖ୍ୟକ ଦିନିକିଆ ମ୍ୟାଚ୍ରେ ୫୦ରୁ ଅଧିକ ରନ୍ କରିବା ରେକର୍ଡ ପାକିସ୍ତାନର ଜାଭେଦ ମିଆଁଦାଦ୍(୯ଟି ମ୍ୟାଚ୍)ଙ୍କ ନାମରେ ରହିଛି। ତାଙ୍କ ପଛକୁ ଲଗାତର ୭ ଅର୍ଦ୍ଧଶତକ ସହ ଇମାମ୍-ଉଲ୍-ହକ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି।