ନୂଆଦିଲ୍ଲୀ,୨।୧୨: ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲି । ଟିମ୍ ଇଣ୍ଡିଆର ଦୁଇ ହସ୍ତି । ଜଣେ କ୍ରିକେଟର ଭଗବାନ ଭାବେ ପରିଚିତ ଆଉ ଜଣେ କ୍ରିକେଟର କିଙ୍ଗ । ଉଭୟ କେତେ ଯେ ରେକର୍ଡ ଭାଙ୍ଗି ଚୁର୍ମାର କରିଛନ୍ତି ତାହାର ହିସାବ ନାହିଁ । ଏବେ ବି ତେନ୍ଦୁଲକରଙ୍କ ରେକର୍ଡ ଅତୁଟ ରହିଛି
ତେନ୍ଦୁଲକରଙ୍କ ନାଁ ରେ ଏବେ ବି ସର୍ବାଧିକ ରନ୍ ସ୍କୋରର ରେକର୍ଡ ରହିଛି । ଆଗକୁ ଏ ରେକର୍ଡ ଭାଙ୍ଗିବା ଅସମ୍ଭବ ଲାଗୁନଥିଲେ ବି କାଠିକର ପାଠ ହେବ ଅନ୍ୟ ଖେଳାଳିଙ୍କ ପାଇଁ । ତେନ୍ଦୁଲକରଙ୍କୁ ଟକ୍କର ଦେବା ପାଇଁ ଯଦି କେହି ରହିଥିଲେ ତେବେ ସେ ହେଉଛନ୍ତି କିଙ୍ଗ ଅଫ୍ କ୍ରିକେଟ ବିରାଟ କୋହଲି । ପ୍ରଥମ ଦିନିକିଆ ମୁକାବିଲାରେ ଦମଦାର ଶତକ ହାସଲ କରି ଭାରତକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବିରାଟ କୋହଲି । ୫୨ତମ ଦିନିକିଆ ଶତକ ହାସଲ କରିଥିଲେ କୋହଲି ।
ଯଦି ଆମେ ଦିନିକିଆ ଫର୍ମାଟ କଥା କହିବା ତେବେ ରନ୍ ମାମଲାରେ ତେନ୍ଦୁଲକର ଏବେ ବି କୋହଲିଙ୍କ ଠାରୁ ଢେର୍ ଆଗରେ ରହିଛନ୍ତି । ଦିନିକିଆରେ ସଚିନଙ୍କ ମୋଟ ସ୍କୋର ୧୮,୪୨୬ ରନ୍ ରହିଥିବା ବେଳେ ବିରାଟଙ୍କ ସ୍କୋର ହେଉଛି ୧୪,୩୯୦ ରନ୍ । ତେନ୍ଦୁଲକର ୪୫୨ ଓ କୋହଲି ୩୦୬ ଦିନିକିଆ ଖେଳି ଜାରି ରଖିଛନ୍ତି ।
ଦିନିକିଆରେ ତେନ୍ଦୁଲକର ମୋଟ ୪୯ଟି ଶତକ ହାସଲ କରିଥିବା ବେଳେ କୋହଲି ୫୨ ଶତକ ମାରିସାରିଲେଣି । ଯାହାକି ସଚିନଙ୍କ ଠାରୁ ଅଧିକ । ସେହି ଅର୍ଦ୍ଧଶତକ କଥା କହିବାକୁ ଗଲେ ତେନ୍ଦୁଲକର ଏବେ ବି ଆଗରେ । ସଚିନ ୯୬ଟି ଅର୍ଦ୍ଧଶତକ ଏବଂ କୋହଲି ୭୫ଟି ମାରି ଖେଳୁଛନ୍ତି ।