ନୂଆଦିଲ୍ଲୀ,୨୪।୧୦: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ ଅଷ୍ଟ୍ରେଲିଆରେ ସମ୍ପୂର୍ଣ୍ଣ ନୀରବ ହୋଇଯାଇଛି। ସେ ପର୍ଥ ଏବଂ ଆଡିଲେଡରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ୍ରେ ନିଜର ଖାତା ଖୋଲିପାରି ନ ଥିଲେ। ଭାରତୀୟ ଦଳ ଉଭୟ ମ୍ୟାଚ୍ରେ ପରାଜିତ କରିଥିଲା। ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ବିରାଟ କୋହଲି ଶୂନ୍ୟରେ ଆଉଟ ହୋଇଥିଲେ। ପରେ ସେ ଜଣେ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଏପରି କିଛି କହିଥିଲେ ଯାହାଫଳରେ ସେ ମଧ୍ୟ ଶୀଘ୍ର ପାଭିଲିୟନ ଫେରିବାକୁ ବାଧ୍ୟ କରିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆର ଇନିଂସ ସମୟରେ, ଅଧିନାୟକ ମିଚେଲ ମାର୍ଶଙ୍କ ଉଇକେଟ ପତନ ପରେ, ଓପନର୍ ଟ୍ରାଭିସ ହେଡ ସତର୍କତାର ସହିତ ଖେଳୁଥିଲେ। ଭିଡିଓରେ ଦେଖାଯାଉଛି ଯେ ୧୩ତମ ଓଭର ପୂର୍ବରୁ କୋହଲି ହେଡ୍ଙ୍କ ପାଖକୁ ଯାଇ ତାଙ୍କ କାନ୍ଧରେ ହାତ ରଖି କିଛି କହୁଛନ୍ତି। ସେହି ସମୟରେ ହେଡ ୩୯ ବଲ୍ରୁ ୨୮ ରନ କରି ବ୍ୟାଟିଂ କରୁଥିଲେ।
ଏହାପରେ, ହର୍ଷିତ ରାଣା ୧୩ତମ ଓଭର ବୋଲିଂ କରିଥିଲେ। ହେଡ୍ ଓଭରର ଦ୍ୱିତୀୟ ବଲ୍ରେ ଏକ ଭୁଲ ସଟ୍ ଖେଳିଥିଲେ ଏବଂ କୋହଲି ତାଙ୍କର କ୍ୟାଚ୍ ନେବାରେ କୌଣସି ଭୁଲ କରି ନ ଥିଲେ। ହେଡ୍ ୪୦ ବଲ୍ରୁ ୨୮ ରନ୍ କରି ଆଉଟ୍ ହୋଇଥିଲେ, ଯେଉଁଥିରେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ପର୍ଥରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ, ହେଡ ବିଶେଷ କିଛି କରିପାରି ନ ଥିଲେ, ମାତ୍ର ୮ ରନ କରିଥିଲେ।
ମ୍ୟାଚ୍ ସମୟରେ କୋହଲି ହେଡ୍ଙ୍କୁ କ’ଣ କହିଥିଲେ ତାହା ଏବେ ବି ଏକ ରହସ୍ୟ। କିନ୍ତୁ ଏହାର ପ୍ରଭାବ ପଡ଼ିଥିବା ପରି ମନେ ହେଉଥିଲା ଏବଂ ହେଡ୍ ତାଙ୍କ ଉଇକେଟ ହରାଇଥିଲେ। ତଥାପି ଭାରତ ଏଥିରୁ କୌଣସି ଲାଭ ପାଇଲା ନାହିଁ। ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ ମାଥ୍ୟୁ ସର୍ଟ ଏବଂ କୁପର୍ କନୋଲି ଚମତ୍କାର ବ୍ୟାଟିଂ କରି ଭାରତର ହାତରୁ ବିଜୟ ଛଡ଼ାଇ ନେଇଥିଲେ।
ମାଥ୍ୟୁ ସର୍ଟ ୭୮ ବଲ ରୁ ୭୪ ରନ କରିଥିଲେ, ଯେଉଁଥିରେ ଚାରି ଚୌକା ଏବଂ ଦୁଇଟି ଛକା ସାମିଲ ଥିଲା। କୁପର୍ କନୋଲି ୫୩ ବଲ ରୁ ଅପରାଜିତ ୬୧ ରନ କରିଥିଲେ, ଯେଉଁଥିରେ ପାଞ୍ଚ ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ମିଚେଲ ଓୱେନ ୨୩ ବଲରୁ ଦ୍ରୁତ ୩୬ ରନ କରିଥିଲେ, ଯେଉଁଥିରେ ଦୁଇଟି ଚୌକା ଏବଂ ତିନୋଟି ଛକା ସାମିଲ ଥିଲା। ଏହିପରି ଅଷ୍ଟ୍ରେଲିଆ ୪୬.୨ ଓଭରରେ ୮ ଉଇକେଟ ହରାଇ ୨୬୫ ରନ୍ର ଲକ୍ଷ୍ୟ ହାସଲ କରିଥିଲା।
Dharitri – Odisha’s No.1 Odia Daily