Categories: Home Leftଖେଳ

ଆଖିରେ, କାନରେ ଆଘାତ ଲାଗିଥିବା ଦେଖି ଚିନ୍ତାରେ କୋହଲିଙ୍କ ପ୍ରଶଂସକ, ଜାଣନ୍ତୁ ଏହି ଭାଇରାଲ ଫଟୋର ସତ

ନୂଆଦିଲ୍ଲୀ,୨୮।୧୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ବିରାଟ କୋହଲିଙ୍କ ଆଖି ଏବଂ ନାକରେ ଗଭୀର ଆଘାତ ଲାଗିଥିବା ଦେଖାଯାଉଛି। ନାକରେ ଏକ ବ୍ୟାଣ୍ଡେଜ ମଧ୍ୟ ଅଛି । ବିଶେଷ କଥା ହେଉଛି ବିରାଟ କୋହଲି ନିଜେ ଏହି ଫଟୋ ଶେୟାର କରିଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ବିରାଟ କୋହଲିଙ୍କ ପ୍ରଶଂସକମାନେ ଚିନ୍ତାରେ ଅଛନ୍ତି। ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ କିଙ୍ଗ୍‌ କୋହଲିଙ୍କ ସହିତ କ’ଣ ହେଲା? ଏହି ସମୟରେ କିଙ୍ଗ କୋହଲିଙ୍କ ଇନଷ୍ଟା ଆକାଉଣ୍ଟରୁ ଏହି ଫଟୋକୁ ଟିଲିଟ୍‌ କରାଯାଇଥିଲା। ଏହା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନାର ଆରମ୍ଭ କରିଦେଇଛନ୍ତି।

ପ୍ରକୃତରେ, ଏହି ଫଟୋରେ ଦେଖାଯାଇଥିବା ବିରାଟ ପ୍ରକୃତରେ ଆହତ ହୋଇ ନ ଥିଲେ। ସେ କୌଣସି ପ୍ରକାର ଆଘାତ ପାଇନାହାଁନ୍ତି। ତାଙ୍କ ମୁହଁରେ ଦେଖାଯାଉଥିବା କ୍ଷତଗୁଡ଼ିକ କେବଳ ମେକ ଅପ୍‌ ଥିଲା । ବିରାଟ କେବଳ ଏକ ପେଡ୍‌ ପାର୍ଟନରସିପ୍‌ ପାଇଁ ଏହି ଫଟୋ ପୋଷ୍ଟ କରିଥିଲେ ।