Categories: Home Leftଖେଳ

କିଏ କରିବ ଓପନିଂ: ସ୍ପଷ୍ଟ କଲେ କୋହଲି

ଦୁବାଇ,୧୮।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ପାଇଁ କିଏ ଓପନିଂ କରିବ? ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ପ୍ରଥମ ପସନ୍ଦ ଓପନର ରୋହିତଙ୍କ ସହ ଲୋକେଶ ରାହୁଲ ଓପନିଂ କରିବେ ବୋଲି କୋହଲି ସ୍ପଷ୍ଟ କରିଛନ୍ତି।

ଟସ୍‌ ବେଳେ ୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ଥିବା ଟିମ୍‌ ଇଣ୍ଡିଆର ଉପର ୬ ବ୍ୟାଟ୍ସମ୍ୟାନଙ୍କ ନାମ କୋହଲିଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ କୋହଲି କହିଥିଲେ, ଆଇପିଏଲ ପୂର୍ବରୁ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏବେ ଟପ୍‌ ଅର୍ଡରରେ ରାହୁଲଙ୍କ ଛଡ଼ା ଅନ୍ୟ କାହାକୁ ସୁଯୋଗ ଦେବା କଷ୍ଟକର। ତାଙ୍କ ସହ ରୋହିତ ଓପନ କରିବେ। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ମୁଁ ତୃତୀୟ କ୍ରମରେ ବ୍ୟାଟିଂ କରିବି। ଏବେ କେବଳ ଏତିକି ଅପଡେଟ୍‌ ଦେଇପାରିବି ବୋଲି ଇଂଲଣ୍ଡ ବିପକ୍ଷ ଓ୍ବାର୍ମ ଅପ୍‌ ମ୍ୟାଚ୍‌ ପୂର୍ବରୁ ଟସ୍‌ ବେଳେ କୋହଲି କହିଥିଲେ।