ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ ପଛରେ ପକାଇ ଦେଇଛନ୍ତି। ପଞ୍ଜାବ ବନାମ ବାଙ୍ଗାଲୋର ମ୍ୟାଚ ପୂର୍ବରୁ, Virat Kohli ଏବଂ ଡେଭିଡ ୱାର୍ଣ୍ଣର ୬୬ ଅର୍ଦ୍ଧଶତକ ସହିତ ସମାନ ଥିଲେ। ଏବେ Virat Kohli ତାଙ୍କର ୬୭ତମ ଅର୍ଦ୍ଧଶତକ ହାସଲ କରି ଏହି IPL ରେକର୍ଡ ନିଜ ନାମରେ କରିଛନ୍ତି। ମାତ୍ର ୨ ଦିନ ପୂର୍ବେ, ବର୍ଷା ପ୍ରଭାବିତ ଏକ ମ୍ୟାଚରେ, ପଞ୍ଜାବ କିଙ୍ଗସ ୫ ୱିକେଟରେ RCBକୁ ପରାସ୍ତ କରିଥିଲା। ଏବେ ବେଙ୍ଗାଲୁରୁ ଦଳ ସହଜ ବିଜୟ ସହିତ ଦୁଇ ଦିନ ପୂର୍ବର ପରାଜୟର ପ୍ରତିଶୋଧ ନେଇଛି।
ସୂଚନାଯୋଗ୍ୟ, ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୭ ୱିକେଟରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି। ଏହା IPL 2025 ରେ RCBର ପଞ୍ଚମ ବିଜୟ। ଏହି ମ୍ୟାଚ ରେ ପଞ୍ଜାବ ଦଳ ପ୍ରଥମେ ଖେଳି ୧୫୭ ରନ କରିଥିଲା, ଯାହାର ଜବାବରେ ବେଙ୍ଗାଲୁରୁ ଦଳ ୧୯ତମ ଓଭରରେ ୭ ୱିକେଟ ବାକି ଥାଇ ସହଜରେ ଲକ୍ଷ୍ୟ ହାସଲ କରିଥିଲା। ଆରସିବି ପାଇଁ Virat Kohali ଏବଂ ଦେବଦତ୍ତ ପାଡିକ୍କଲ ଅର୍ଦ୍ଧଶତକ ହାସଲ କରିଥିଲେ। ସୂଚନାଯୋଗ୍ୟ, ବିରାଟ ଏବେ IPL ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି (Most Fifties in IPL Virat Kohli)।