Categories: Home Leftଖେଳ

ବିଶ୍ୱର ପ୍ରଥମ ଅଧିନାୟକ ଭାବେ କୋହଲିଙ୍କ ରେକର୍ଡ

ମୁମ୍ବାଇ,୬।୧୨: ବିଶ୍ୱ କ୍ରିକେଟ ଇତିହାସର ପ୍ରଥମ କ୍ୟାପଟେନ ଭାବେ ପ୍ରତ୍ୟେକ ଫର୍ମାଟରେ ୫୦ ମ୍ୟାଚ୍‌ ଜିତିଛନ୍ତି ବିରାଟ କୋହଲି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର ୩୭୨ ରନ୍‌ର ବିଜୟ ସହ ଏହି ସଫଳତା ପାଇଛନ୍ତି ଭାରତୀୟ ଅଧିନାୟକ।

ଏହି ଅବସରରେ କୋହଲିଙ୍କୁ ଶୁଭେଚ୍ଛା ଜଣାଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ”ବିରାଟଙ୍କୁ ଶୁଭେଚ୍ଛା। ପ୍ରତ୍ୟେକ ଫର୍ମାଟରେ ୫୦ ଅନ୍ତର୍ଜାତୀୟ ବିଜୟ ହାସଲ କରିବାରେ କୋହଲି ପ୍ରଥମ ଅଧିନାୟକ“ ବୋଲି ବିସିସିଆଇ ପକ୍ଷରୁ ଟୁଇଟ୍‌ କରାଯାଇଛି।

ଅଧିନାୟକ ଭାବେ ମୁମ୍ବାଇ ଟେଷ୍ଟ କୋହଲିଙ୍କ ଲାଗି ୫୦ ତମ ବିଜୟ। ସେହିଭଳି ତାଙ୍କ ନେତୃତ୍ୱରେ ଭାରତ ୫୯ ଟି୨୦ ଜିତିଥିବା ବେଳେ ୧୫୩ ଦିନିକିଆ ମ୍ୟାଚ୍‌ ଜିତିଛି ଟିମ୍‌ ଇଣ୍ଡିଆ।