ଶତକୀୟ ଇନିଂସ ସମୟରେ ଅସୁସ୍ଥ ଥିଲେ କୋହଲି: ଅନୁଷ୍କା କଲେ ଖୁଲାସା

ଅହମ୍ମଦାବାଦ,୧୩।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ୭୫ତମ ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ ୧୮୬ ରନ ସଂଗ୍ରହ କରିଥିଲେ। ସେ ଦ୍ୱିଶତକ ହାସଲ କରିବାରେ ବଞ୍ଚିତ ହୋଇଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ସେ ଅନେକ ରେକର୍ଡ କରିଥିଲେ। କୋହଲିଙ୍କ ଏହି ଇନିଂସ ପରେ ସ୍ତ୍ରୀ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ଏକ ବଡ଼ ଖୁଲାସା କରିଥିଲେ।
ଇନ୍‌ଷ୍ଟାଗ୍ରାମ ଷ୍ଟାଟସ୍‌ରେ କୋହଲିଙ୍କ ଭିଡିଓ ଶେୟାର କରି ଅନୁଷ୍କା କହିଛନ୍ତି, ବିରାଟ ଅସୁସ୍ଥ ଥିବା ସତ୍ତ୍ୱେ ଏତେ ବଡ଼ ଇନିଂସ ଖେଳିଥିଲେ। ତୁମେ ମୋତେ ସବୁବେଳେ ପ୍ରେରଣା ଦେଇଛ। କୋହଲି ୧୨୦୫ ଦିନ ପରେ ଟେଷ୍ଟ କ୍ରିକେଟରେ ଏକ ଶତକ ହାସଲ କରିଥିଲେ। ଏହା ହେଉଛି ତାଙ୍କର ୨୮ତମ ଟେଷ୍ଟ ଶତକ। ବିରାଟ ଶେଷ ଥର ପାଇଁ ୨୩ ନଭେମ୍ବର ୨୦୧୯ ରେ କୋଲକାତାରେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ।

Share