Categories: Home Leftଖେଳ

୧୨୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକ ଏହି ଲୋକପ୍ରିୟ ସେଲିବ୍ରିଟି ଯୋଡ଼ି; ଜଣକା ଆୟ…

ନୂଆଦିଲ୍ଲୀ,୨।୧୨: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଘରକୁ ଖୁବଶୀଘ୍ର ଆସିବ ନୂଆ ଅତିଥି। ସ୍ତ୍ରୀ ଅନୁଷ୍କା ଏବେ ଗର୍ଭବତୀ। ଏବେ ଅନୁଷ୍କା କାମରୁ ବିରତି ନେଇ ନ ଥିବା ବେଳେ ନିଜର ଆଗାମି ପ୍ରୋଜେକ୍ଟର ଶୁଟିଂ ଶେଷ କରୁଛନ୍ତି। ବିରାଟ ମଧ୍ୟ ଟେଷ୍ଟ ମ୍ୟାଚ୍‌କୁ ନେଇ ବ୍ୟସ୍ତ ଅଛନ୍ତି। ହେଲେ ଶେଷ ତିନୋଟି ମ୍ୟାଚ୍‌ରୁ ଅବ୍ୟାହତି ନେଇ ସେ ପିଲା ସହ ସମୟ ବିତାଇବେ ବୋଲି ସ୍ପଷ୍ଟ କରିଛନ୍ତି। ଉଭୟ ମା’ବାପା ପିଲାକୁ ସବୁ ଖୁସି ଦେବାକୁ ପ୍ରଚେଷ୍ଟା ଆରମ୍ଭ କରିଦେଇଛନ୍ତି।

ବିରାଟ-ଅନୁଷ୍କାଙ୍କ ରୋଜଗାରକୁ ଯଦି ଦେଖାଯାଏ ତେବେ ଫୋବ୍ସ ଦ୍ୱାରା ଜାରି ସର୍ବାଧିକ ରୋଜଗାର କରୁଥିବା ତାଲିକାରେ ଉଭୟ ସ୍ଥାନ ପାଇଛନ୍ତି। ଉଭୟଙ୍କ ବାର୍ଷିକ ଆୟ କୋଟି କୋଟି ଟଙ୍କା। ୨୦୧୯ ଶେଷ ସୁଦ୍ଧା ବିରାଟ ୯୦୦ କୋଟି ଟଙ୍କାର ମାଲିକ ଥିଲେ। ୨୦୨୦ରେ ସେ ଆଇପିଏଲ୍‌ ଖେଳିବା ସହ ବିିଭିନ୍ନ ବ୍ରାଣ୍ଡର ପ୍ରଚାର କରିଛନ୍ତି। ଏବେ ତାଙ୍କର ମୋଟ ସମ୍ପତ୍ତି ୧୦୦୦ କୋଟିରୁ ଅଧିକ ହୋଇଛି। ସେହିଭଳି ଅନୁଷ୍କାଙ୍କ ମୋଟ ସମ୍ପତ୍ତି ୩୫୦ କୋଟିରୁ ଅଧିକ ରହିଛି।