Categories: Home Leftଖେଳ

ଏଥର ବି ଜିତିପାରିଲେ ନାହିଁ ଟସ୍‌

ଆବୁଧାବି,୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରମାଗତ ଦ୍ୱତୀୟ ଥର ପାଇଁ ଟସ୍‌ ଜିତିବାରେ ବିଫଳ ହୋଇଛନ୍ତି। ବୁଧବାର ଆବୁଧାବିରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ପ୍ରତିପକ୍ଷ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛନ୍ତି।

ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ସୂର୍ଯ୍ୟକୁମାର ଯାଦବ ଫିଟ୍‌ ଥିବାରୁ ତାଙ୍କୁ ଇଶାନ କିଷନଙ୍କ ସ୍ଥାନରେ ନିଆଯାଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମଧ୍ୟ ସୁଯୋଗ ମିଳିଛି।