ଆଉ କେଇଟା ମିନିଟ୍‌ ପରେ ପଡିଥାନ୍ତା ହାତଗଣ୍ଠି: କନ୍ୟାଙ୍କ ଟିକେ ଭୁଲ୍‌ରେ ହଠାତ୍‌ ନିଆଁରେ ଜଳିଲେ ବର, ପରେ…

ଆଜିକାଲିର ବିବାହ କେବଳ ବେଦୀହୋମଯଜ୍ଞ କି ବ୍ରାହ୍ମଣଙ୍କ ବୈଦିକ ମନ୍ତ୍ରରେ ସୀମିତ ନାହିଁ । ବିବାହ ଏବେ ରୀତିନୀତି ଅପେକ୍ଷା ରିଲ୍ସର ଏକ ପାର୍ଟ ହୋଇଗଲାଣି। ଏହି ଟ୍ରେଣ୍ଡକୁ ଯଦି କିଏ ନ ଆପଣାଏ , ତେବେ ଏହା ଏକ ଶସ୍ତା ବିବାହ ବୋଲି ଲୋକଙ୍କ ଧାରଣା ହୋଇଗଲାଣି । ଅନ୍ୟକୁ ଆଶ୍ଚର୍ଯ୍ୟ କରେଇବା ଆଉ ନୂଆ ଟ୍ରେଣ୍ଡ ସୃଷ୍ଟି କରିବା ନେଇ କେଉଁଠି ବିବାହରେ ବର ନାଚି ନାଚି ଆସୁଛି ତ କେଉଁଠି ଟ୍ରାକ୍ଟର ଚଢି ଆସୁଛି ।
ଅନ୍ୟ ପକ୍ଷେ କନ୍ୟା ମଧ୍ୟ କେଉଁଥିରେ କମ୍‌ ନୁହେଁ କନ୍ୟା ମଧ୍ୟ ବୁଲେଟ୍‌ ଚଢ଼ି ଆସିଲେଣି ଫାୟାୟର ଗନ୍‌ ଧରିଲେଣି।
ତେବେ କେତେବେଳେ ଏହି ଫାୟାରଗନ ବର ମୁଣ୍ଡରେ ନିଆଁ ଲଗାଇଦିଏ ତାହା କେହି ଭାବିନ ନ ଥାନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ  ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି।
ଭିଡିଓରେ ଦେଖିବାକୁ ମିଳୁଛି କନ୍ୟା ଜଣଙ୍କ ଫାୟାର୍‌ ଗନ ଚଳାଇବା ବେଳେ ହଠାତ ବିସ୍ଫୋରଣ ହୁଏ । ଏହି ସମୟରେ ହଠାତ୍‌ ନିଆଁ ଆସି ବରର ପଗଡି ଉପରେ ପଡେ ଆଉ ନିଆଁ ଲାଗିଯାଏ । ସବୁଠାରୁ ମଜାଦାର କଥା ବର ଶୋ’ରେ ଏତେ ମଗ୍ନ ଥାନ୍ତି  ଯେ ସେ ନିଆଁ
ଲାଗିବା ଜାଣିପାରନ୍ତି  ନାହିଁ । ପରେ ସେ ବି ଫାୟାର୍‌ ଗନ ଚଳାନ୍ତି ।
ବରଙ୍କ ଭାଗ୍ୟ ଭଲ ସେଠାରେ ଥିବା ଲୋକମାନେ ଏହାକୁ ଦେଖିଦେଇ ଦଡ଼ି ଆସିଲେ ଆଉ ବରଙ୍କ ମୁଣ୍ଡରୁ ପଗଡି କାଢିନେଲେ । ଏହା ପରେ ହିଁ ବର ରିଲ୍‌ ଲାଇଫ୍ରୁ ବାସ୍ତବ ଜୀବନକୁ ଫେରିଥିଲେ ।
ଏହି ଭିଡିଓଟି @gharkekalesh ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଅନେକ ଲୋକ ଏହି ଭିଡିଓଟିକୁ ଲାଇକ ମଧ୍ୟ କରିଛନ୍ତି । ଏପରି ପରିସ୍ଥିତିରେ, ସୋସିଆଲ ମିଡିଆ ୟୁଜର୍‌ ଭିଡିଓକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
ଜଣେ ଲେଖିଛନ୍ତି – ଯଦି ପତ୍ନୀ ଆଉ ପଗଡ଼ି ଜଳୁଛି ତ ଜଳିବାକୁ ଦିଅ, ମୁଁ ର ରିଲ ତିଆରି କରିବି । ଆଉ ଜଣେ ଲେଖିଛନ୍ତି – କି ମୂର୍ଖାମୀ! ଅନ୍ୟ ଜଣେ ଲେଖିଛନ୍ତି- ଏହି ପ୍ରକାରର ଖାମଖିଆଲି କାହା ଜୀବନକୁ ବିପଦରେ ପକାଇପାରେ ।

Share
Tags: viral-video