ନୂଆ ବୁଲେଟ୍‌ ଉପହାର ଦେଇ ସରପ୍ରାଇଜ୍‌ ଦେଲେ ପତ୍ନୀ; ଭୋ ଭୋ ହୋଇ କାନ୍ଦି ପକାଇଲେ ବ୍ୟକ୍ତି; ଭାବବିହ୍ବଳ କରୁଛି Video

ସରପ୍ରାଇଜ୍‌ କାହାକୁ ବା ନାପସନ୍ଦ। କାରଣ ଏଥିରେ ଯେକୌଣସି ବ୍ୟକ୍ତିଙ୍କ ମୁହଁରେ ହସ ଚାଲି ଆସିଥାଏ। ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ପତ୍ନୀଙ୍କଠାରୁ ମିଳିଥିବା ସରପ୍ରାଇଜ୍‌ ଭେଟିକୁ ପାଇ ସ୍ବାମୀ ଯେଉଁଭଳି ଭାବେ ପ୍ରତିକ୍ରିୟା ରଖୁଛନ୍ତି ତାହା ମନ ଜିଣୁଛି। ଅସଲ ଖୁସି କେବଳ ଉପହାରରେ ନୁହେଁ ବରଂ ସେହି ଭାବନାରେ ଥାଏ ବୋଲି ଅନେକେ କହୁଛନ୍ତି।
ଭାଇରାଲ ଭିଡିଓରେ ନଜର ଆସୁଛି ଯେ ଜଣେ ବ୍ୟକ୍ତି ରୟାଲ ଏନ୍‌ଫିଲ୍ଡ ଶୋ’ରୁମ୍‌ରେ ବସିଛନ୍ତି। ସେଠାରେ ସେଲ୍ସମ୍ୟାନ୍‌ ତାଙ୍କୁ କିଛି ବୁଝାଉଛନ୍ତି। ପତ୍ନୀ ଏବଂ ପୁଅ ପଛରେ ଛିଡ଼ା ହୋଇଛନ୍ତି। ସେତେବେଳେ ମହିଳାଜଣଙ୍କ ପୁଅଙ୍କଠାରୁ ଏକ ବାକ୍ସ ନେଇ ସ୍ବାମୀଙ୍କୁ ଦେଇ ଖୋଲିବାକୁ କହୁଛନ୍ତି।
ଯେତେବେଳେ ବ୍ୟକ୍ତିଜଣଙ୍କ ବାକ୍ସଟିକୁ ଖୋଲନ୍ତି ସେ ଚମକି ପଡ଼ନ୍ତି। କାରଣ ସେଥିରେ ଏକ ବୁଲେଟ୍‌ର ଚାବି ଥାଏ। କଥିତ ଭାବେ ପତ୍ନୀ ପୂର୍ବରୁ ବାଇକ୍‌ କିଣି ନେଇଥାନ୍ତି। ବ୍ୟକ୍ତିଜଣଙ୍କ ବଡ଼ ବଡ଼ ଆଖିରେ ପତ୍ନୀଙ୍କୁ ଦେଖନ୍ତି ଏବଂ ସେ ହସି ଦିଅନ୍ତି। ଏହାପରେ ସ୍ବାମୀ କୋହ ସମ୍ଭାଳି ନ ପାରି ଲୁହ ଛଳଛଳ ହୋଇ ଯାଆନ୍ତି।
‘ଏକ୍ସ’ରେ ଭିଡିଓଟିକୁ theboysthing  ନାମକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓ ଦେଖି ପୁରୁଷ ସମାଜ ଖୁସି ଥିବା ବ୍ୟବହାକାରୀଜଣଙ୍କ ଲେଖିଛନ୍ତି। ଏଯାବତ ଭିଡିଓକୁ ୯ ଲକ୍ଷରୁ ଅଧିକ ୍‌ଥର ଦେଖାଯାଇଛି। ଲୋକେ ମହିଳାଙ୍କ ପ୍ରଶଂସାରେ ଶତମୁଖ ହେଉଛନ୍ତି।
ଦେଖନ୍ତୁ ଭିଡିଓ: