ଲଣ୍ଡନରେ ଯାତ୍ରୀବାହୀ ଟ୍ରେନ୍‌କୁ ରୋକିଦେଲା ଗୋଟିଏ ହଂସ, ହଟାଇବାକୁ ବି ଡରିଲେ ଲୋକେ; କାରଣ ଜାଣିଲେ…

ସାଧାରଣତଃ ଯାତ୍ରା ସମୟରେ ଲୋକେ ଚେନ୍‌କୁ ଟାଣି ଟ୍ରେନ୍‌ ରୋକିଦେଇଥାନ୍ତି। ହେଲେ ଏବେ ଚକିତ କଲାଭଳି ଘଟଣାକ୍ରମରେ ହଂସଟିଏ ଯାତ୍ରୀଭର୍ତ୍ତୀ ଟ୍ରେନ୍‌କୁ ରୋକି ଚର୍ଚ୍ଚାକୁ ଆସିଛି। ଅଜବ ଲାଗିଲେ ହେଁ କଥାଟି ସତ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେଉଛି।

ମାମଲାଟି ଲଣ୍ଡନର ଉପନଗର ବିଶପ ଷ୍ଟାର୍ଟଫୋର୍ଡ ଷ୍ଟେଶନର। ଏଠାରେ ଗୋଟିଏ ହଂସ ରେଳଧାରଣାରେ ବଡ଼ ଆରାମରେ ଚାଲୁଥିଲା। ଏହାକୁ ଦେଖି ପାଇଲଟ୍‌ ତାଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ। ହେଲେ ତାହା ହୋଇପାରି ନ ଥିଲା। ଫଳରେ ବାଧ୍ୟହୋଇ ସେ ଟ୍ରେନ୍‌କୁ ରୋକିଦେଇଥିଲେ। ଫଳରେ ଯାତ୍ରୀମାନେ ବେଶ ହଇରାଣ ହୋଇଥିବା କୁହାଯାଉଛି।

ଆପଣଙ୍କ ମନରେ ଆସୁଥିବ ଯେ ହଂସକୁ କେହିଜଣେ ରେଳଧାରଣାରୁ ଉଠାଇ ନେଇ ପାରିଥାନ୍ତା। କହିବାକୁ ଗଲେ ଲଣ୍ଡନରେ ଏହାକୁ ନେଇ ଏକ ଆଇନ ରହିଛି। ତଦନୁଯାୟୀ ଚିହ୍ନିତ ହଂସ କ୍ରାଉନ୍‌ ପ୍ରିନ୍ସଙ୍କ ସମ୍ପତ୍ତି ବୋଲି ଧରାଯାଏ। ଏଣୁ ତାଙ୍କୁ କେହି ଛୁଇଁ ପାରିବେ ନାହିଁ। ସେମାନଙ୍କ ଉପରେ କେବଳ କ୍ରାଉନ୍‌ ପ୍ରିନ୍ସଙ୍କ ଅଧିକାର ରହିଛି। ଏଭଳି ଭାବେ ଉକ୍ତ ହଂସଟି ରାଜପରିବାରର ଥିଲା। ଏଥିଲାଗି କେହି ବି ତାଙ୍କୁ ହଟାଇ ନ ଥିଲେ।

Share
Tags: video viral