ଚଳନ୍ତା ଟ୍ରେନ୍‌ରେ ଯୁବତୀଙ୍କ ଅଜବ କାଣ୍ଡ, ପିଟି ପିଟି ନିଶା ଛଡ଼ାଇଦେଲେ ମା’! Video ଦେଖିଲେ…

ଆଜିକାଲିର ଯୁବପୀଢ଼ି ରିଲ୍‌ ନିଶାରେ ଏମିତି ମାତିଛନ୍ତି ଯେ, ସେମାନେ କିଛି ବି କରିପାରନ୍ତି। ଅର୍ଥାତ କିଛିଟା ଲାଇକ୍‌ ପାଇଁ ସେମାନେ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ଏଭଳି ଏକ ଭାଇରାଲ ଭିଡିଓ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭିଡିଓରେ ଜଣେ ଯୁବତୀ ଚଳନ୍ତା ଟ୍ରେନ୍‌ର ଖୋଲା ଦ୍ୱାର ପାଖରେ ଛିଡ଼ା ହୋଇ ରିଲ୍‌ କରୁଥିବା ଦେଖାଯାଉଛି। ହେଲେ ପରବର୍ତ୍ତୀ ସମୟରେ ଯାହା ଘଟୁଛି ତାହା କେହି କଳ୍ପନା କରି ନ ଥିବେ, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଭାଇରାଲ ଭିଡିଓ ଆରମ୍ଭରେ, ଯୁବତୀଜଣଙ୍କ ଚଳନ୍ତା ଟ୍ରେନ ଦ୍ୱାର ନିକଟରେ ଛିଡ଼ା ହୋଇ ରିଲ୍‌ ସୁଟ୍‌ କରୁଥିଲେ। ଟିକିଏ ଏପଟ ସେପଟ ହୋଇଗଲେ ସେ ଟ୍ରେନ୍‌ ତଳକୁ ପଡ଼ିଯାଇପାରନ୍ତି ବୋଲି ଭୁଲି ଯାଇଥିଲେ। ରିଲ୍‌ ନିଶା ସତେ ଯେମିତି ତାଙ୍କୁ ପାଗଳ କରିଦେଇଥିଲା। ଠିକ୍‌ ସେତିକି ବେଳେ ସେଠାକୁ ତାଙ୍କ ମା’ ଆସିଯାଇଥିଲେ। କ୍ୟାମେରା ଖୋଲା ଥିଲେ ବି ସେ ଯୁବତୀଙ୍କୁ ପିଟି ପକାଇଥିଲେ। ମହିଳାଙ୍କ ଭୟଙ୍କର ରୂପ ଦେଖି ସେଠାରେ ବସିଥିବା ବ୍ୟକ୍ତି ବି ପଳାଇ ଯାଇଥିଲେ। ରିଲ୍‌ ଭୂତ ଛାଡ଼ିବା ପରେ ଯୁବତୀ ତା’ଙ୍କ ମା’ଙ୍କୁ ଭୁଲ୍‌ ମାଗିଥିଲେ।
ଏହି ଭିଡିଓଟି @mr_rahul_razz ନାମକ ଏକ ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି, ଯେତେବେଳେ ହଜାର ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି। ଏହା ବ୍ୟତୀତ ଅନେକ ବ୍ୟବହାରକାରୀ ମତାମତ ଦେଇଛନ୍ତି।
ଜଣେ ବ୍ୟବହାରକାରୀ କହିଛନ୍ତି, ମାଉସୀ ତାଙ୍କୁ ପିଟି ପିଟି ଭୂତ କରିଦେଲେ। ଅନ୍ୟ ଜଣେ ବ୍ୟବହାରକାରୀ କହିଛନ୍ତି, ଏହା ପିଟିବା ନୁହେଁ, ବରଂ ରିଲ୍‌ର ଏକ ଅଂଶ। କିନ୍ତୁ ଯାହା ହେଉ, ତାଙ୍କ ସହିତ ଏଭଳି ହେବା ଉଚିତ।
ଦେଖନ୍ତୁ ଭିଡିଓ: