Video: ରେଳ ପ୍ଲାଟଫର୍ମ ନିକଟରେ ରିଲ୍ସ କରୁଥିଲେ ଯୁବତୀ, ଟ୍ରେନ୍‌ରେ ଯାଉଥିବା ଜଣେ ଯୁବକ ଏଭଳି କରିବାରୁ ସେ ରାଗରେ…

ଆଜିକାଲିର ଯୁବପୀଢ଼ି ଭାଇରାଲ ହେବା ଲାଗି କିଛି ବି କରିବାକୁ ପ୍ରସ୍ତୁତ। ସେଥିରୁ ଗୋଟିଏ ହେଲା ରିଲ୍ସ। ଅତି ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରି ଅନେକେ ଚର୍ଚ୍ଚାରେ ମଧ୍ୟ ରହୁଛନ୍ତି। ଏବେ ମେଟ୍ରୋ ଏବଂ ରେଳ ଷ୍ଟେଶନରେ ରିଲ୍ସ କରିବାର ଟ୍ରେଣ୍ଡ ଚାଲିଛି।
ଏହି କ୍ରମରେ ଜଣେ ଯୁବତୀ ମୁମ୍ବାଇର ମଲାଡ ଷ୍ଟେଶନରେ ରିଲ୍ସ କରିବାକୁ ପହଞ୍ଚିଥିଲେ। ହେଲେ ସେଠାରେ ଜଣେ ଯୁବକ ତାଙ୍କ ସହ ଏଭଳି କିଛି ବ୍ୟବହାର କରିଥିଲେ ତାହା ଏବେ ଚର୍ଚ୍ଚାରେ ରହିଛି। କାରଣ ଉକ୍ତ ଆଚରଣ ଯୋଗୁ ଯୁବତୀଜଣଙ୍କ ରାଗରେ ନିଆଁବାଣ ହୋଇଯାଇଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେଉଛି।
ଭିଡିଓରେ ଦେଖାଯାଉଛି ଯେ, ଜଣେ ଯୁବତୀ ରିଲ୍ସ କରିବା ଲାଗି ପ୍ଲାଟଫର୍ମ ନିକଟରେ ଛିଡ଼ା ହୋଇଛନ୍ତି। ସେ ଟ୍ରେନ୍‌କୁ ଅପେକ୍ଷା କରିଥାନ୍ତି। ପରେ ଯେତେବେଳେ ଟ୍ରେନ୍‌ ଆସେ ସେ ନାଚିବା ଆରମ୍ଭ କରନ୍ତି। ଏତିକିରେ ଟ୍ରେନ୍‌ରେ ଯାଉଥିବା ଜଣେ ଯୁବକ ହାତ ବଢ଼ାଇ ତାଙ୍କ ଚୁଟି ଭିଡି ଦିଅନ୍ତି। ହଠାତ ଏଭଳି କିଛି ବ୍ୟବହାରକୁ ଯୁବତୀଜଣଙ୍କ ଠଉରାଇ ପାରନ୍ତି ନାହିଁ। ପରେ ସେ ଯୁବକଙ୍କୁ ଦେଖିବା ପରେ ରାଗରେ ଗରଗର ହୋଇଯାନ୍ତି। ଏପରିକି ତାଙ୍କୁ କିଛି କହିଥାନ୍ତି। ଶେଷରେ ସେ ନାଚିବା ବନ୍ଦ କରି ଦିଅନ୍ତି।
ଦେଖନ୍ତୁ ଭିଡିଓ:

Share