Viral Video: କୁନି ଝିଅକୁ ଝାମ୍ପି ନେବାକୁ ଉଡି ଆସିଲା ବିଶାଳକାୟ ଚିଲ, ଆଉ ତା’ ପରେ ଯାହା ହେଲା ଦେଖିଲେ…

ସୋସିଆଲ ମିଡିଆରେ ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଚିଲ ଏକ ଝିଅକୁ ଉଠାଇନେବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। ଯିଏ ଉକ୍ତ ଭିଡିଓକୁ ଦେଖୁଛି ଚମକି ପଡ଼ୁଛି। ଇନଷ୍ଟାଗ୍ରାମରେ ଡେଲି ମେଲ ଦ୍ୱାରା ଭିଡିଓକୁ ଶେୟାର କରାଯାଇଛି, ଯାହାକୁ ଇତି ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଦେଖ ସାରିଛନ୍ତି। ସେହିଭଳି ଇନଷ୍ଟାଗ୍ରାମ ଏବଂ ଏକ୍ସ ସହ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାକୁ ଶେୟାର କରାଯାଉଛି।
ଭିଡିଓରେ ଦେଖାଯାଉଛି ଯେ, ଏକ ଚିଲ ଛୋଟିଆ ଝିଅକୁ ଦେଖିବା ପରେ ତାକୁ ଟାର୍ଗେଟ କରିନେଉଛି। ଦ୍ରୁତ ଗତିରେ ଉଡ଼ି ଆସି ସେ ଝାମ୍ପି ନେବାକୁ ଚେଷ୍ଟା କରୁଛି। ହେଲେ ଠିକ୍‌ ସମୟରେ ଜଣେ ବ୍ୟକ୍ତି ଆସି ଝିଅଟିକୁ ଉଠାଇ ନେଉଛନ୍ତି। ଫଳରେ ତାର ଜୀବନ ରକ୍ଷା ହୋଇଯାଉଛି। ସୋସିଆଲ ମିଡିଆରେ ଏହା ବେଶ ଭାଇରାଲ ହେଉଛି।
ଦେଖନ୍ତୁ ଭିଡିଓ:

Share