Categories: Home Leftଖେଳ

ଭାଇରାଲ ଜ୍ଵରରେ କମ୍ପୁଛନ୍ତି ପାକିସ୍ତାନୀ ଖେଳାଳି, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପୂର୍ବରୁ ତାଜା ଅପଡେଟ ଦେଲା ଟିମ୍ ମ୍ୟାନେଜମେଣ୍ଟ

ନୂଆଦିଲ୍ଲୀ, ୧୭/୧୦: ଚଳିତ କ୍ରିକେଟ ବିଶ୍ୱକପରେ ପାକିସ୍ତାନ ଏହାର ଚତୁର୍ଥ ମ୍ୟାଚ ଖେଳିବାକୁ ବାଙ୍ଗାଲୁରୁରେ ପହଞ୍ଚିଛି। ଏଠାରେ ଟିମ୍ ୨୦ ଅକ୍ଟୋବରକୁ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ଏହା ପୂର୍ବରୁ ପାକିସ୍ତାନର ଅନେକ ଖେଳାଳି ଭାଇରାଲ ଜ୍ୱରରେ ପଡିଛନ୍ତି। ବର୍ତ୍ତମାନ ପାକିସ୍ତାନ ଟିମ୍ ମ୍ୟାନେଜମେଣ୍ଟ ଖେଳାଳିମାନଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ତାଜା ଅପଡେଟ ଦେଇଛି।

ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ମିଡିଆ ମ୍ୟାନେଜର ଏହସାନ ଇଫତିଖାର ସୂଚନା ଦେଇଛନ୍ତି ଯେ, ଯେଉଁ ଖେଳାଳିମାନେ ବେଙ୍ଗାଲୁରୁରେ ପହଞ୍ଚିବା ପୂର୍ବରୁ ଭାଇରାଲ ଜ୍ୱରରେ ପୀଡିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇସାରିଲେଣି, କିନ୍ତୁ କିଛି ଖେଳାଳି ଏବେ ମଧ୍ୟ ଡାକ୍ତରଙ୍କ ତତ୍ୱାବଧାନରେ ରହିଛନ୍ତି।

ଅହମଦାବାଦରେ ପାକିସ୍ତାନ ଟିମ୍ ଭାରତଠାରୁ ବଡ ପରାଜୟ ପାଇ ରବିବାର ଆସି ବେଙ୍ଗାଲୁରୁରେ ପହଞ୍ଚିଥିଲା । ବେଙ୍ଗାଲୁରରେ ଗତ କିଛି ଦିନ ହେବ ଅନେକ ଭାଇରାଲ ଜ୍ୱର ମାମଲା ସାମ୍ନାକୁ ଆସିଛି। ତେବେ ଏହା ସାଧାରଣତଃ ଋତୁ ପରିବର୍ତ୍ତନ କାରଣରୁ ହୋଇଥାଏ। ଯେଉଁ କାରଣରୁ ପାକିସ୍ତାନୀ ଖେଳାଳିମାନେ ମଧ୍ୟ ଏଠାରେ ପହଞ୍ଚିବା ପରେ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ପାକିସ୍ତାନ ପାଇଁ ଅସ୍ବସ୍ତିକର ଖବର ହେଉଛି ଅଧିନାୟକ ବାବର ଆଜମ ଏବଂ ତାରକା ବୋଲର ଶାହୀନ ଶାହା ଆଫ୍ରିଦି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

 

Share