ହିଂସାକାରୀଙ୍କୁ କାଠଗଡ଼ାକୁ ଅଣାଯିବ: ସୁଶୀଳା

କାଠମାଣ୍ଡୁ, ୧୫ା୯: ନେପାଳର ନବନିଯୁକ୍ତ ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସୁଶୀଳା କହିଛନ୍ତି, ସେ ୬ ମାସରୁ କମ୍‌ ସମୟ ପାଇଁ ଅନ୍ତରୀଣ ସରକାରଙ୍କ ଦାୟିତ୍ୱରେ ରହିବେ। ମାର୍ଚ୍ଚରେ ସଂସଦୀୟ ନିର୍ବାଚନ ପରେ ସେ ଏବଂ ତାଙ୍କ ଟିମ୍‌ ଶାସନତନ୍ତ୍ରକୁ ନୂତନ ସରକାରଙ୍କୁ ହସ୍ତାନ୍ତର କରିବେ। ଗତ ୮-୯ ତାରିଖରେ ଜେନ୍‌-ଜି ପକ୍ଷରୁ କରାଯାଇଥିବା ବିକ୍ଷୋଭ ପ୍ରଦର୍ଶନର ତଦନ୍ତ ହେବ ଏବଂ ହିଂସା ଓ ଭଙ୍ଗାରୁଜାରେ ସାମିଲ ଲୋକଙ୍କୁ ଆଇନର କାଠଗଡ଼ାକୁ ଅଣାଯିବ। ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶହୀଦର ମାନ୍ୟତା ଦିଆଯିବା ସହ ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ସେହିପରି ଆହତଙ୍କ ଖର୍ଚ୍ଚ ମଧ୍ୟ ଅନ୍ତରୀଣ ସରକାର ବହନ କରିବେ। ଅନ୍ୟପକ୍ଷେ ଜେନ୍‌-ଜି ପକ୍ଷରୁ ହୋଇଥିବା ଆନ୍ଦୋଳନ ପ୍ରଭାବରେ ଦେଶରେ ଏକ ଦୁର୍ନୀତିମୁକ୍ତ ରାଜନୈତିକ ବ୍ୟବସ୍ଥା ନିର୍ମାଣ ହେବ ବୋଲି ନେପାଳ ଜେନ୍‌-ଜିର କୋର୍‌ କମିଟି ସଦସ୍ୟ ତାନ୍‌କା ଧାମି ଏବଂ ଅର୍ଜୁନ ଶାହି କହିଛନ୍ତି।

Share