ରାଜ୍ୟରେ ବଢୁଛି ମହିଳା ହିଂସା, ଦାରିଙ୍ଗବାଡ଼ିରେ ବିଜେଡିର ସଭା-ଶୋଭାଯାତ୍ରା, ବ୍ରାହ୍ମଣୀ ଗାଁ ପୋଲିସକୁ…

ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବିଜେଡି ପକ୍ଷରୁ ବ୍ରାହ୍ମଣୀଗାଁଠାରେ ବିଭିନ୍ନ ଦାବି ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ବ୍ରାହ୍ମଣୀଗାଁ ପୋଲିସକୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବିଜେଡି ଯୁବ ଛାତ୍ର ସଂଗଠନର ଜିଲା ସମ୍ପାଦକ ବାବୁନି ପଣ୍ଡା କହିଛନ୍ତି। ବ୍ରାହ୍ମଣୀଗାଁ କଲେଜରୁ ବିରାଟ ଶୋଭାଯାତ୍ରାରେ କଲେଜର ଛାତ୍ରୀଛାତ୍ରଙ୍କ ସମେତ ବିଜେଡି ଯୁବ ଛାତ୍ର ସଂଗଠନର ଶତାଧିକ କର୍ମକର୍ତ୍ତା ମାନେ ପ୍ରଥମେ ସଭା ଓ ପରେ ଶୋଭାଯାତ୍ରାରେ ବାହାରି ବ୍ରାହ୍ମଣୀଗାଁ ଥାନାରେ ପହଞ୍ଚିଥିଲେ । ସେଠାରେ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଆଇଆଇଆସି ବିଜୟ କୁମାର ହାଇବୁରୁ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ସେମାନଙ୍କ ଅଭିଯୋଗ ଯେ ରାଜ୍ୟରେ ଅବାଧରେ ନାରୀ ନିର୍ଯାତନା ବଢିବାରେ ଲାଗିଛି ମହିଳାଙ୍କ ପ୍ରତି ଅସଦାଚରଣ, ଅପହରଣ, ବଳାତ୍କାର, ଗଣବଳାତ୍କାର, ହତ୍ୟା ଭଳି ପ୍ରତିଦିନ ଘଟଣା ଘଟିବା ସହ ବିଭିନ୍ନ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ନିୟମିତ ଭାବେ ଏହିଭଳି ହୃଦୟ ବିଦାରକ ଘଟଣାମାନ ଲୋକଲୋଚନକୁ ଆସୁଥିବାରୁ, ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଯେଉଁଥିଲାଗି ଛାତ୍ରୀ ଓ ମହିଳାମାନେ ଏକୁଟିଆ ଘରୁ ବାହାରିବାକୁ ନିରାପଦ ମଣୁ ନାହାନ୍ତି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଗୋପାଳପୁର, ବାଲେଶ୍ୱର ଫକୀର ମୋହନ ବିଶବିଦ୍ୟାଳୟ ଘଟଣା, ପୁରୀ ଜିଲା ବଳଙ୍ଗା ଘଟଣା ଆଦି ସମ୍ପର୍କରେ ରାଜ୍ୟ ସରକାର ନ୍ୟାୟ ପ୍ରଦାନରେ ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି। ଜିଲା ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକଙ୍କ ସମେତ ଜିଲା ଛାତ୍ର ସଭାପତି ସୁନିଲ ସେଠୀ, ବ୍ଲକ ଯୁବ ସଭାପତି ରଞ୍ଜନ କୁମର ପ୍ରଧାନ,ଜିଲା ସମ୍ପାଦକ ବାବୁନି ପଣ୍ଡା, ବ୍ଲକ କାର୍ଯ୍ୟକାରୀ ସଭାପତି ଦୀଲିପ ପ୍ରଧାନ, ଜିଲା ସଂପାଦକ ଦୀପକ ବିଷୋୟୀଙ୍କ ସମେତ ବିରଞ୍ଚି ବିଷୋୟୀ, ବସନ୍ତ ପ୍ରଧାନୀ, କିଶୋର ନାୟକ, ରମେଶ ମାଝି, ଲଙ୍କେଶ୍ୱର ପୂଜାରୀ , ଚିତ୍ରସେନ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

Share