ଦାରିଙ୍ଗବାଡି,୧୩।୧୧(ଅରୁଣ ସାହୁ): ଓଡିଶାର ସବୁଠାରୁ ବଡ଼ ଯାତ୍ରା ଭାବେ ପାଳନ କରାଯାଏ ବାଲିଯାତ୍ରା। କଟକ ସହରରେ ଏହି ଯାତ୍ରାକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଦର୍ଶକ ଛୁଟି ଆସନ୍ତି। ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ସହ ଅନେକ କିଛି ଦେଖିବା ଖେଳିବା ଭଳି ମେଳା ପଡିଥାଏ। ଲୋକଙ୍କ ଭିଡ଼କୁ ଦେଖି କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଏକ ସଚେତନବାର୍ତ୍ତା ଲୋକଙ୍କୁ ଦେବାପାଇଁ ସ୍ବତନ୍ତ୍ର ମଞ୍ଚ ବ୍ୟବସ୍ଥା କରାଯାଇଛି।
ରୋଡ଼ ସେଫଟି, ସାଇବର କ୍ରାଇମ ରୁ ସୁରକ୍ଷିତ, ହେଲମେଟ, ସିଟ ବେଲ୍ଟ ବ୍ୟବହାର ଆଦି ସଚେତନ କରାଯାଉଛି ଏଥିସହ ସଂନ୍ଧ୍ୟାରେ ଉକ୍ତ ମଞ୍ଚରେ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ, ନୃତ୍ୟ ପରିବେଷଣ ସହ ସଚେତନ କାର୍ଯ୍ୟକ୍ରମ କରାଯାଉଛି। କଟକ ବାଲିଯାତ୍ରା ରେ ପୋଲିସ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲାରେ ରହିଥିବା ଥାନାରୁ ପୋଲିସ ଅଫିସର, ଗୃହରଖି, କନେଷ୍ଟବଲମାନଙ୍କୁ ଉକ୍ତ ଯାତ୍ରାରେ ଡ୍ୟୁଟି ପଡିଛି ସେହି କ୍ରମରେ ଦାରିଙ୍ଗବାଡି ର ଗୃହରଖି ତଥା ବରିଷ୍ଠ କଳାକାର ଯିଏ କି ସାମାଜିକ, ପୌରାଣିକ ନାଟକରେ ଅଭିନୟ କରିବା ସହ ଜଣେ ଭଲ କଣ୍ଠଶିଳ୍ପୀ ଭାବେ ଦାରିଙ୍ଗବାଡି ତଥା ଜିଲା ଓ ଜିଲା ବାହାରେ ବେଶ ପରିଚିତ ବିନୋଦ କୁମାର ନାୟକଙ୍କୁ ଉକ୍ତ କମିଶନରେଟ କରିଥିବା ସଚେତନ ମଞ୍ଚରେ ପ୍ରତିଦିନ ସନ୍ଧ୍ୟା କାର୍ଯ୍ୟକ୍ରମରେ କଣ୍ଠଦାନ କରି ଭଜନ, ସମ୍ବଲପୁରୀ ଭଳି ପୁରୁଣା ଓ ଅତ୍ୟାଧୁନିକ ସଙ୍ଗୀତ ଗାନ କରି ଦର୍ଶକଙ୍କ ମନ ମୋହିଛନ୍ତି ଏଥିପାଇଁ କଟକ କମିଶନରେଟର ବରିଷ୍ଠ ଅଧିକାରୀମାନେ ବିନୋଦ କୁମାର ନାୟକଙ୍କୁ ପ୍ରଶଂସା କରିବା ସହ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏଥିସହ ଦୈନିକ ଉକ୍ତ ମଞ୍ଚରେ କଣ୍ଠଦାନ କରିବାକୁ ସୁଯୋଗ ଦେଇଛନ୍ତି ବୋଲି ବିନୋଦ କହିଛନ୍ତି। ତାଙ୍କୁ ଏଭଳି ଏତେବଡ଼ ମଞ୍ଚରେ ଦୈନିକ ସୁଯୋଗ ମିଳିଥିବାରୁ କଟକ କମିଶନରେଟ ପୋଲିସ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ସାଧୁବାଦ ଦେବାସହ ତାଙ୍କ ସଙ୍ଗୀତ ଶୁଣୁଥିବା କଟକ ବାସୀ ଓ ଅନ୍ୟ ଦର୍ଶକଙ୍କୁ ସାଧୁବାଦ ଜଣାଇଛନ୍ତି।