Categories: Home Leftଖେଳ

ଗୋଟିଏ ଦିନରେ ଦୁଇ କ୍ରିକେଟରଙ୍କ ଅବସର

ନୂଆଦିଲ୍ଲୀ,୨୬।୨: ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଦୁଇ ଖେଳାଳି ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଗୋଟିଏ ପକ୍ଷରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୟୁସୁଫ ପଠାନ ଥିବାବେଳେ ଅନ୍ୟ ପଟେ ରହିଛନ୍ତି ପେସର ବିନୟ କୁମାର। ୨୦୦୭ରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ୟୁସୁଫ ଦେଶ ପାଇଁ ମୋଟ ଉପରେ ୭୯ (୫୭ ଦିନିକିଆ ଓ ୨୨ ଟି୨୦) ମ୍ୟାଚ୍‌ ଖେଳିଥିଲେ।

ଘରୋଇ କ୍ରିକେଟରେ ଖ୍ୟାତି ଅର୍ଜନ କରିଥିବା ବିନୟ ଅନ୍ତର୍ଜାତୀୟ କ୍ରିକେଟରେ ସେତେଟା ସଫଳତା ପାଇ ନ ଥିଲେ। ଦୀର୍ଘ ୧୭ ବର୍ଷ ହେଲା ଘରୋଇ କ୍ରିକେଟରେ ସକ୍ରିୟ ଥିଲେ ଏହି ୩୭ ବର୍ଷୀୟ ପେସର। ରଣଜୀ ଟ୍ରଫିରେ ୪୦୦ ଉଇକେଟ ହାତେଇଥିବା ଏହି ବୋଲର ଟିମ୍‌ ଇଣ୍ଡିଆ ପକ୍ଷରୁ ୪୧ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିବାକୁ ପାଇଥିଲେ ସୁଯୋଗ। ଗୋଟିଏ ଟେଷ୍ଟ, ୩୧ ଦିନିକିଆ ଓ ୯ଟି ଟି୨୦ ଖେଳିଥିବା ଏହି ପେସର ଯଥାକ୍ରମେ ୧, ୪୮ ଓ ୧୦ ଲେଖାଏ ଉଇକେଟ ନେଇଥିଲେ। ତେବେ ତାଙ୍କ ନେତୃତ୍ୱରେ କର୍ନାଟକ ୨୦୧୩-୧୪ ଓ ୨୦୧୪-୧୫ ସିଜନରେ ଜିତିଥିଲା ରଣଜୀ ଟାଇଟଲ। ଉଭୟ ବର୍ଷ ଦଳ ବିଜୟ ହଜାରେ ଓ ରାନୀ କପ୍‌ ହାତେଇଥିଲା କର୍ନାଟକ।