ମହିଳା ନିର୍ଯାତନା: ସଂସଦରେ ଏନଡିଏ-ଇଣ୍ଡିଆ ମୁହାଁମୁହିଁ…

ମଣିପୁର ହିଂସା ସହିତ ଦେଶରେ ବୃଦ୍ଧି ପାଉଥିବା ମହିଳା ନିର୍ଯାତନା ନେଇ ଶାସକ ଏନଡିଏ ଏବଂ ବିରୋଧୀ ଇଣ୍ଡିଆ ମୁହାଁମୁହିଁ ହୋଇଛନ୍ତି। ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମା ନିକଟରେ ଉଭୟ ପକ୍ଷ ଧାରଣା ଦେବା ସହିତ ପ୍ରଦର୍ଶନ କରିଛନ୍ତି।
ମଣିପୁର ହିଂସା ନେଇ ଇଣ୍ଡିଆ ସହଯୋଗୀ ଦଳ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଅପରପକ୍ଷରେ ରାଜସ୍ଥାନରେ ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ନିର୍ଯାତନା ନେଇ ଭାଜପା ବିଧାୟକ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।