ଧର୍ମଶାଳା,୨୧।୬: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟି ନିକଟ ମାନ୍ତ୍ରିରି ଗାଁ ନିକଟରେ ୩ଟି ବାଲି ବୋଝେଇ ହାଇୱା ଟ୍ରକକୁ ଅଟକାଇ ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ଯାବରା ବାଲି ଘାଟରୁ ଦୈନଦିନ ଶହ ଶହ ଟ୍ରିପ ବାଲି ବୋଝେଇ ହୋଇ ଏହି ବାଟ ଦେଇ ଯାଉଛି। ଫଳରେ ନାନା ସମସ୍ୟା ଦେଖାଦେଉଛି। ପାଖରେ ବାରବାଟି ପରିବା ବଜାର ରହିଛି। ଏଥିସହ ଗାଁ ରାସ୍ତା ହୋଇଥିବାରୁ ସଧାରଣ ଲୋକଙ୍କ ପାଇଁ ବିଭିନ୍ନ ସମସ୍ୟା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।