ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ, ବଲସକୁମ୍ପା ସ୍କୁଲ, ଖଲିଗୁଡୁରି, ନବଗୁବା ସ୍କୁଲରେ କମ୍‌ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

ହେଲେ ଶିକ୍ଷୟିତ୍ରୀ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଅଧିକ ଉପସ୍ଥିତ ଦେଖାଇ ମଧ୍ୟାହ୍ନ ଭୋଜନ ଟଙ୍କା ଆତ୍ମସାତ କରିବାକୁ ଉଦ୍ୟମ କରାଯାଉଥିବା ଗ୍ରମାବାସୀ ଅଭିଯୋଗ କରିଛନ୍ତି। ଏନେଇ ବିଇଓ ବିନୋଦ ବିହାରୀ ଦିଗାଲଙ୍କୁ ପଚାରିବାରୁ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।

Share