ନୂଆଦିଲ୍ଲୀ,୨୧।୫: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଅଞ୍ଚଳରୁ ରାତିରେ ଗୋରୁମାନଙ୍କୁ ଚାଲାଣ କରିବା ପାଇଁ ଏକ ଗାଡ଼ିରେ ଲୋଡ୍ କରୁଥିବା ସମୟରେ ଧରି ପକାଇଛନ୍ତି ଗ୍ରାମବାସୀ। ସୂଚନା ମୁତାବକ, ଗତ ବୁଧବାର ରାତିରେ କାଏମା ଅରଖପଦା ଗ୍ରାମରୁ ଏକ ଗାଇ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣା ଉପରେ ପୋଲିସ କାହାକୁ ଧରିବାରେ ସକ୍ଷମ ହୋଇ ପାରି ନ ଥିଲା। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳର ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହେବା ସହ ପ୍ରେତ୍ୟକ ରାତିରେ ଚୋର ଙ୍କ ଉପରେ ନଜର ରଖିଥିଲେ। ଗତ କାଲି ବିଳମ୍ବିତ ରାତିରେ କିଛି ଯୁବକ କାଏମା ସ୍କୁଲ ପଡ଼ିଆ ନିକଟ ରେ ଏକ ପିକଅଫ୍ପ ଭ୍ୟାନରେ ଗୋରୁ ଲୋଡ କରୁଥିବା ବେଳେ ସ୍ଥାନୀୟ ଲୋକେ ଖବର ପାଇଁ ଏକାସଙ୍ଗେ ଯାଇ ମାଡିବସିଥିଲେ। ଘଟଣା ସ୍ଥଳରୁ କିଛି ଯୁବକ ଖସି ଯାଇଥିବା ବେଳେ ଜଣକୁ କାବୁ କରିନେଇ ଥିଲେ ସ୍ଥାନୀୟ ଲୋକେ। ସେ ଏହି ଅଞ୍ଚଳ ରୁ ଦୁଇ ଶହ ରୁ ଉଦ୍ଧର୍ବ ଗାଇ ଚୋରି କରି ନେଇ ଧର୍ମଶାଳାର ନେଉଲପୁର ଅଞ୍ଚଳରେ ଛାଡ଼ୁ ଥିବା ଏବଂ ଏହି ଘଟଣାରେ କାଏମା ଅଞ୍ଚଳର କିଛି ଯୁବକ ସମୃକ୍ତ ରହିଥିବା ସେ ଯୁବକ ଲୋକଙ୍କ ସମ୍ମୁଖରେ ମୁଁହ ଖୋଲିଥିଲା । ପରେ ଗ୍ରାମବାସୀ ଉକ୍ତ ଯୁବକଙ୍କୁ ପୋଲିସ ଜିମା ଦେଇଥିଲେ। ସବୁ ଠାରୁ ବଡ଼ କଥା ବାରମ୍ବାର ନେଉଲପୁର ଅଞ୍ଚଳ ରେ ଥିବା ଜଣେ ବ୍ୟକ୍ତି ଏହି ଭଳି କର୍ଯ୍ୟରେ ସଂପୃକ୍ତ ଥିବା କଥା ଥାନା ରେ ଅଭିଯୋଗ ହୋଇଥିଲେ ବି ପୋଲିସ ପ୍ରଶାସନର କାର୍ଯ୍ୟ ଉପରେ ପ୍ରଶ୍ନ ଉଠିଛି।