୨୦ରୁ ଊର୍ଦ୍ଧ୍ୱ ଶହୀଦସ୍ତମ୍ଭ ଭାଙ୍ଗିଲେ ଗ୍ରାମବାସୀ

ମାଲକାନଗିରି,୨୬।୨: ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି କମିଥିବା ବେଳେ ଶାନ୍ତି ଫେରୁଛି। ଏହି ପରିପ୍ରେକ୍ଷୀରେ ସ୍ୱାଭିମାନ ଅଞ୍ଚଳର ମାଥିଲି, କାଲିମେଳା ଏବଂ ଖଇରପୁଟରେ ଥିବା ୨୦ରୁ ଊର୍ଦ୍ଧ୍ୱ ମାଓବାଦୀଙ୍କ ଶହୀଦସ୍ତମ୍ଭକୁ ସ୍ଥାନୀୟ ଗ୍ରାମବାସୀ ଗୁରୁବାର ଭାଙ୍ଗି ଦେଇଛନ୍ତି।

ମାଓବାଦୀମାନେ ମୃତ କମ୍ରେଡଙ୍କ ସ୍ମୃତିରେ ଶହୀଦସ୍ତମ୍ଭ ନିର୍ମାଣ କରିଥିଲେ। ଅନ୍ୟପକ୍ଷେ ସରକାରଙ୍କ ପକ୍ଷରୁ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଗୁରୁତ୍ୱ ଦିଆଯାଉଛି।

Share