ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ ଗାଁ ରାଜସ୍ଥାନରେ ଅବସ୍ଥିତ। ଏହା ଏକ ବିଶେଷ କାହାଣୀ ପାଇଁ ସମଗ୍ର ଭାରତରେ ପ୍ରସିଦ୍ଧ।

ଚୁରୁ ଜିଲାର ସର୍ଦ୍ଦାରସହର ତହସିଲରେ ଅବସ୍ଥିତ ଉଦସର ଗାଁ ଏକ ଅଜବ କାହାଣୀ ପାଇଁ ଜଣାଶୁଣା। ଗତ ୭୦୦ ବର୍ଷ ଧରି ଏହି ଗାଁରେ କେହି ଦୁଇ ମହଲା ଘର ତିଆରି କରିନାହାନ୍ତି। ସ୍ଥାନୀୟ ଲୋକମାନେ କୁହନ୍ତି ଯେ, ଏହି ଗାଁ ଏକ ଅଭିଶପ୍ତ ଗାଁ। କାରଣ ଯଦି କେହି ଏଠାରେ ଦୁଇ ମହଲା ଘର ତିଆରି କରନ୍ତି, ତେବେ ତାଙ୍କ ପରିବାର କଷ୍ଟର ସମ୍ମୁଖୀନ ହେବେ। ଏହି ଅଭିଶାପ ପଛରେ ଏକ କାହାଣୀ ଅଛି, ଯାହା ବହୁତ ଆଶ୍ଚର୍ଯ୍ୟଜନକ। ଜାଣନ୍ତୁ ଏ ସମ୍ପର୍କରେ…

ବିଶ୍ୱାସ କରାଯାଏ, ଏହି ଗାଁକୁ ୭୦୦ ବର୍ଷ ପୂର୍ବେ ଅଭିଶାପ ଦିଆଯାଇଥିଲା। ଏହା ସମଗ୍ର ଗାଁର ଜୀବନକୁ ବଦଳାଇ ଦେଇଥିଲା। ଆଜି ମଧ୍ୟ ଏହି ଗାଁରେ କେହି ଦୁଇ ମହଲା ଘର ତିଆରି କରିବାକୁ ସାହସ କରନ୍ତି ନାହିଁ। କାହାଣୀ ଅନୁଯାୟୀ, ୭୦୦ ବର୍ଷ ପୂବେଏହି ଗାଁରେ ଭେମିଆ ନାମକ ଜଣେ ବ୍ୟକ୍ତି ରହୁଥିଲେ। ଗୋଟିଏ ଦିନ ସେ ଜାଣିବାକୁ ପାଇଲେ ଯେ ଚୋରମାନେ ଗାଁକୁ ଆସିଛନ୍ତି।

ଚୋରମାନେ ଗାଁ ଲୋକଙ୍କ ପଶୁ ଚୋରି କରିବାକୁ ଲାଗିଲେ। ଚୋରମାନଙ୍କୁ ଦେଖି ଭେମିଆ ସେମାନଙ୍କ ସହିତ ଏକା ଯୁଦ୍ଧ କଲେ। ସେମାନେ ତାଙ୍କୁ ଗୁରୁତର ଭାବରେ ଆହତ କଲେ, ରକ୍ତାକ୍ତ ଅବସ୍ଥାରେ ଛାଡ଼ିଦେଲେ। ଚୋରମାନଙ୍କଠାରୁ ରକ୍ଷା ପାଇବା ପାଇଁ ଭେମିଆ ତାଙ୍କ ଶ୍ୱଶୁର ଘରକୁ ଦୌଡ଼ି ଦ୍ୱିତୀୟ ମହଲାରେ ଲୁଚି ରହିଲେ। ଚୋରମାନେ ତାଙ୍କୁ ପିଛା କରି ସେଠାରେ ମଧ୍ୟ ତାଙ୍କୁ ଧରି ପକାଇଲେ।

ଏଥର ଚୋରମାନେ ଭେମିଆ ଏବଂ ତାଙ୍କ ଶ୍ୱଶୁର ଘର ଲୋକଙ୍କୁ ନିର୍ମମ ଭାବରେ ମାଡ଼ ମାରିଲେ। ଆହତ ହେବା ସତ୍ତ୍ୱେ ଭେମିଆ ଚୋରମାନଙ୍କୁ ସାମ୍ନା କଲେ, ଏବଂ ଶେଷରେ, ସେମାନେ ତାଙ୍କ ଗଳା କାଟି ଦେଲେ। ଭେମିଆ ଲଢ଼େଇ ଜାରି ରଖିଲେ ଏବଂ ଗାଁ ସୀମାରେ ପହଞ୍ଚିଲେ। ଶେଷରେ ଭେମିଆଙ୍କ ଶରୀର ଉଦସର ଗାଁରେ ପଡ଼ିଗଲା। ଯେତେବେଳେ ଭେମିଆଙ୍କ ସ୍ତ୍ରୀ ଏହା ଜାଣିଲେ, ସେ କ୍ରୋଧିତ ହୋଇ ଗାଁ ଲୋକଙ୍କୁ ଅଭିଶାପ ଦେଲେ, କହିଲେ ଯେ ଏହି ଗାଁରେ ଦ୍ୱିତୀୟ ମହଲା ଉପରେ ଯିଏ ନିଜ ଘର ତିଆରି କରିବ ସେ କଷ୍ଟରେ ରହିବ। ସେହିଦନଠାରୁ ଉକ୍ତ ଗାଁର ଲୋକେ କେହି ଦୁଇ ମହଲା ଘର କରିବାକୁ ସାହସ କରନ୍ତି ନାହିଁ।

Dharitri –Odisha’s No.1 Trusted Odia Daily

Share