ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କୁ ପୂଜାକଲେ ଗ୍ରାମ ବାସୀ…

କର୍ଲାମୁଣ୍ଡା:୧୨/୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ଜୋରାଡବରା ଠାରେ ବର୍ଷା ଅଭା ଯୋଗୁଁ ଗ୍ରାମ ବାସୀ ମାନେ ଇନ୍ଦ୍ର ପୂଜା କରିଥିବା ଦେଖିବାକୁ ମିଳିଛି। ଇନ୍ଦ୍ର ଙ୍କୁ ପୂଜାର୍ଚ୍ଚନା କଲେ କାଳେ ବର୍ଷା ହେବାର ବିଶ୍ୱାସ ଥିବାରୁ ଜୋରାଡବରା ଗ୍ରାମବାସୀ ସୋମବାର ରାତିରେ ଦୁମପଟା ଠାରେ ମାଟି ମାଆ ର ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ଋଷି ମୁନୀ, ଦେବତା ମାନଙ୍କ ବେଶ ରେ ସଜ୍ଜିତ ହୋଇ ନଗର ପରିକ୍ରମା କରି ଗାଁ ଧରଣୀ ପୀଠ ରେ ପହଁଚି ଇନ୍ଦ୍ର ଦେବତା ଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏଥିରେ କର୍ତ୍ତା ଭାବେ ଗୋପାଳ ମାଝୀ ଓ ତାଙ୍କ ପତ୍ନୀ ମାନସୀ ମାଝୀ,ପୂଜକ ଡମ୍ବରୁଧର ତ୍ରିପାଠୀ ରହିଥିବା ବେଳେ ବିଭିନ୍ନ ବେଶ ରେ ସନ୍ତୋଷ ଭୋଇ ରବି ମଲ୍ଲିକ କାର୍ତ୍ତିକ ସାହୁ , ଅନିରୁଧ ସାହୁ , ପରମାନନ୍ଦ ବେହେରା ଅଭିନୟ କରିଥିଲେ। ଯୋରାଡବରା ଗ୍ରାମ ବାସୀ ବୃନ୍ଧ ଆୟୋଜନ କରିଥିଲେ।