ଗାଁ ମାଟି କଳା ଉଜ୍ଜୀବିତ: ଲୋକ ନାଟକ ପ୍ରଦର୍ଶିତ

ଲୋଇସିଂହା,୪।୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକବୁର୍ଡା ଗ୍ରାମର ରାଧାକୃଷ୍ଣ ମନ୍ଦିର କଲ୍ୟାଣ ମଣ୍ଡପରେ ବୈଶାଖି ନାଟ୍ୟ ମହୋତ୍ସବ-୨୦୨୫ ଉଦଘାଟିତ ହୋଯାଇଛି। ବୁର୍ଡା ନିର୍ମାଣ ଶ୍ରମିକ ସଂଘ ଆନୁକୂଲ୍ୟରେ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତା ରେ ତ୍ରିଦିବସୀୟ ବୈଶାଖି ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହେଉଛି। ଉଦଘାଟିତ ସମାରୋହ ସଭାରେ ଓମ ପ୍ରକାଶ ସାହୁ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ତହସିଲଦାର ଟିକୁନୁ ପୁଟା, ସମ୍ମାନୀତ ଅତିଥି ଭାବରେ
ଅକ୍ଷୟ ପାଣି ଟୁଡୁ ଓ ମୁଖ୍ୟବକ୍ତା ଭାବେ ସମାଜସେବୀ ଅଶୋକ ମେହେର ଯୋଗ ଦାନ କରି ସମାଜରେ ନାଟକର ଭୂମିକା ସମ୍ପର୍କରେ କହିଥିଲେ। ପ୍ରଥମ ରଜନୀରେ ବୁର୍ଡା ମଧ୍ୟମ ପଡାର ପ୍ରସ୍ତୁତି ଲୋକ ନାଟକ ଲକ୍ଷ୍ମୀ ପୁରାଣ ଓ କଟକର ମା ବାସେଳି ସଂସ୍ଥା ତରଫରୁ ଘୋଡ଼ା ନାଚ ପ୍ରଦର୍ଶିତ କରି ନିଜ ଗାଁ ମାଟି କଳାକୁ ଉଜ୍ଜୀବିତ କରିଥିଲା।

 

Dharitri – Odisha’s No.1 Odia Daily

 

Share