Categories: HomeHome Left

ଗୁଳି କରି ହତ୍ୟା ମାମଲା: ସାକ୍ଷ୍ୟ ପ୍ରମାଣ ଅଭାବରୁ ବିକ୍ରମ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ)-୨୦୦୮ ମସିହା  ଜୁନ ୧୮ ତାରିଖରେ ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସମ୍ମୁଖରେ ଆସିକାର ବିପିନ ଭୋଳଙ୍କୁ ବିକ୍ରମ ମଲ୍ଲିକ ଏବଂ ଅନ୍ୟମାନେ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ପ୍ରମାଣ ଅଭାବରୁ ଅଭିଯୁକ୍ତ ବିକ୍ରମ ମଲ୍ଲିକଙ୍କୁ ଶନିବାର ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଘଟଣା ଦିନ ବିପିନ ତାଙ୍କ କିଛି ସାଙ୍ଗ ସହ ଭଞ୍ଜନଗର ଆସିଥିଲେ । ଏହାପରେ ସେମାନେ ମେଡିକାଲକୁ ଯାଇଥିଲେ। ମେଡିକାଲରେ କିଛି କାମ ସରିବା ପରେ କାର ଯୋଗେ ଭଞ୍ଜନଗର ଥାନା ସମ୍ମୁଖ ଦେଇ ଆସିକା ଅଭିମୁଖେ ଫେରୁଥିଲେ। ଭଞ୍ଜନଗର ଥାନା ସମ୍ମୁଖରେ କାର ଭିତରେ ବସିଥିବା ବିପିନଙ୍କୁ ବିକ୍ରମ ଓ ଅନ୍ୟ ଜଣେ ଏକ ବାଇକରେ ଆସି ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ସେ ସମୟରେ ଚହଳ ସୃଷ୍ଟି କରିଥିଲା। ଏହି ମାମଲାରେ ବିକ୍ରମ ଆଜି ଖଲାସ ହୋଇଛନ୍ତି । କିନ୍ତୁ ବିକ୍ରମଙ୍କ ଆଉ କିଛି ମାମଲାର ବିଚାର ଚାଲିଥିବା ଯୋଗୁ ସେ ଏବେବି ଭୁବନେଶ୍ୱର ଜେଲରେ ବନ୍ଦୀ ଜୀବନ ବିତାଇବେ ବୋଲି ଜଣାପଡ଼ିଛି।
Dharitri – Odisha’s No.1 Odia Daily