ମଲାଡ଼ ପଞ୍ଚାୟତରେ ବିକାଶ ବାହନ ଶୁଭାରମ୍ଭ

ଗଞ୍ଜାମ,୧୮ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବୁଧବାର ସରକାରଙ୍କ ବିକାଶ ବାହନ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଶୁଭାରମ୍ଭ କରିଥିଲେ। ବ୍ଲକ୍‌ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଡ଼ିଓ ଅଚ୍ୟୁତାନନ୍ଦ ନନ୍ଦ ଜାନୀ, ସରପଞ୍ଚ ମମତା ବେହେରା, ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା, ପିଇଓ କେ ପୋଟୁଡୁ, ଭାଜପା ମଣ୍ଡଳ ପୂର୍ବତନ ସଭାପତି ସୁଶାନ୍ତ ନାହାକ, ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଭାଜପା ସରକାରକୁ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ କଣ କଣ ବିକାଶ ହୋଇଛି ତାହା ଜନସାଧାରଣଙ୍କୁ ଅବଗତ କରାଇବା ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି।

Share
Tags: ganjamodisha