ବାଲିଗୁଡା, ୦୨।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ। ବୁଧବାର ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ବାଲିଗୁଡାରେ ଏକପ୍ରକାର ଶୂନଶାନ ପରିବେଶ ହୋଇଯାଇଛି। ଏପରିକି ଗୁରୁବାର ମଧ୍ୟାହ୍ନ ୨ଟାରୁ ଅନ୍ଧାର ଘୋଟି ଆସିଥିବା ରାତ୍ର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଲାଗି ରହିଥିବା ଦେଖିବାକୁ ମିଳିଥିଲା। ଯାହା ଫଳରେ ବିଦ୍ୟୁତ ସେବାକୁ ବନ୍ଦ କରାଯାଇଥିବା ଜଣାପଡିଛି। ଦଶହରାରେ ଦୁର୍ଗା ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ବଦଳରେ ଦେଖିବାକୁ ମିଳିଛି ନୀରବତା। ତେବେ ପ୍ରବଳ ବର୍ଷା ସତ୍ତ୍ବେ ନିତିକାନ୍ତି ଅନୁଯାୟୀ ମା’ଙ୍କ ପୂଜା କରାଯାଉଥିବା କହିଛନ୍ତି ପୂଜକ।