ବିଜୟଲକ୍ଷ୍ମୀ ଦାଶଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ

ଲୋଇସିଂହା,୭।୧୦(ସୁଶାନ୍ତ ବାରିକ):ବରଗଡ଼ ଜିଲା ସୋହେଲାର ପ୍ରସିଦ୍ଧ ଦୂର୍ଗା ପୂଜା ଅବସରରେଏକ ସ୍ବତନ୍ତ୍ର ଉତ୍ସବରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିର ପ୍ରସିଦ୍ଧ ଗାୟିକା ବିଜୟଲକ୍ଷ୍ମୀ ଦାଶଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ସମ୍ପାଦକ ପ୍ରମୋଦ ଚନ୍ଦ୍ର ଦେବତାଙ୍କ ଆବାହକରେ ସଭାପତି ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ ଅଧ୍ୟକ୍ଷତାରେ ଡ଼ ତୁଷାର କାନ୍ତ ସାହୁଙ୍କ ସଞ୍ଜୋଜନାରେ ଅନେକ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ପୂଜା କମିଟି କାର୍ଯ୍ୟକାରୀ ସଭାପତି ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଅନେକ ଓଡ଼ିଶାରେ ରେକର୍ଡିଂର ସୁବିଧା ନ ଥିବା ସମୟରେ ଓଡ଼ିଶା ବାହାରେ ଏଲପି ରେକର୍ଡ, ଇପି ରେକର୍ଡ ଅଡିଓ, ଆକାଶବାଣୀ, ଦୂରଦର୍ଶନରେ, ବକେଲି, ଭାଇଯିଉତିଆ, ଭୂତକେଲି, ଓଡ଼ିଶାରେ ସୁବିଧା ହେବାପରେ ଚଳଚ୍ଚିତ୍ର ଭୂଖା, ମୁଇଁ ନାଇଁ ମରେର ମନଭାଙ୍ଗି ଭୂମିକାରେ ଅଭିନୟ କରି କଣ୍ଠଦାନ ସମେତ ଅନେକ ରେକର୍ଡରେ ଅଭିନୟ ଏବଂ କଣ୍ଠଦାନ କରିଥିବା ଗୁରୁ ଭଗବାନ ସାହୁଙ୍କ ସଂସ୍ପର୍ଶରେ ଆସିବା ସହ କେତେକ ମଞ୍ଚରେ ଗୁରୁ ଭଗବାନ ସାହୁଙ୍କ ହାତରୁ ସମ୍ମାନିତ ହୋଇଥିବା ରେକର୍ଡ ସଂଖ୍ୟକ ୮୫୦ ଟି ଗୀତର ଅବହେଳିତ ଗାୟିକା ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିର ପ୍ରସିଦ୍ଧ ଗାୟିକା ବିଜୟଲକ୍ଷ୍ମୀ ଦାଶଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅନେକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୁରୁ ଭଗବାନ ସାହୁ ସମ୍ମାନ, ବିଜୟଲକ୍ଷ୍ମୀ ଦାଶଙ୍କ ଦ୍ବାରା ଭୂଖା ଚଳଚ୍ଚିତ୍ରର ଫଟାଇ ଖାଇଲି ବେଲ କୁକିଲରେ ପୂଜା କମିଟି, ଅତିଥି ଗଣ ଏବଂ ଦର୍ଶକ ଭରପୂର ମଜା ନେଇଥିଲେ।

 

Dharitri is Odisha’s No.1 most trusted Odia daily

 

 

Share