ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ଭାବେ ବିଜୟଲକ୍ଷ୍ମୀ ପୁରସ୍କୃତ

ଦିଗପହଣ୍ଡି,୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଆଙ୍କୋରଡା ପଞ୍ଚାୟତର ଅଙ୍ଗନୱାଡ଼ି କର୍ମୀ ପି. ବିଜୟଲକ୍ଷ୍ମୀ ଦୋରାଙ୍କୁ ଗଞ୍ଜାମ ଜିଲାର ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ଭାବେ ପୁରସ୍କୃତ କରାଯାଇଛି।

ରବିବାର ଜିଲା ସଦର ମହକୁମା ଛତ୍ରପୁରରେ ଗଞ୍ଜାମ ଜିଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ସମାରୋହରେ ତାଙ୍କୁ ସମ୍ମାନିତ କରାଯିବା ସହ ପୁରସ୍କୃତ କରାଯାଇଥିଲା।

ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତିଭାସନ ମୁଖ୍ୟ ଅତିଥି, ଜିଲା ସମାଜକଲ୍ୟାଣ ଅଧିକାରୀ ବିଜୟାଲକ୍ଷ୍ମୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟଲକ୍ଷ୍ମୀଙ୍କୁ ପୁରସ୍କୃତ କରିଥିଲେ।

Share