ନୂଆଦିଲ୍ଲୀ,୧୨।୧: ଅଭିନେତାରୁ ନେତା ପାଲଟିଥିବା ଟିଭିକେ ମୁଖ୍ୟ ବିଜୟ ଥଲାପତି ସୋମବାର ସିବିଆଇ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଏହି ଅବରରେ ବିଜୟଙ୍କୁ କରୁର ଦଳାଚକଟା ଘଟଣାରେ ସିବିଆଇ ଅଧିକାରୀ ପଚରାଉଚରା କରିଥିବା ଜଣାପଡିଛି।
ସୂଚନା ଯୋଗ୍ୟ, ବିଜୟଙ୍କ ରାଜନୈତିକ ରାଲିରେ ଦଳାଚକଟା ଘଟି ୪୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଦେଶବ୍ୟାପି ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।