ଏହି ଖେଳାଳିଙ୍କ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି ବିଜୟ ଦେବରକୋଣ୍ଡା

ଅଭିନେତା ବିଜୟ ଦେବରକୋଣ୍ଡା ଏବେ ଫିଲ୍ମ ‘ଲାଇଗର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯଦିଓ ଫିଲ୍ମଟି ବକ୍ସ ଅଫିସ୍‌ରେ ସେତେଟା ଭଲ ସଫଳତା ପାଇନାହିଁ କିନ୍ତୁ ବିଜୟ ଏବଂ ଅନନ୍ୟା ପାଣ୍ଡେଙ୍କ ଯୋଡିକୁ ଦର୍ଶକ ପସନ୍ଦ କରିଛନ୍ତି। ୨୮ ଅଗଷ୍ଟରେ ବହୁ ପ୍ରତୀକ୍ଷିତ ଭାରତ ବନାମ ପାକିସ୍ଥାନ ମ୍ୟାଚ ଦେଖିବା ପାଇଁ ବିଜୟ ଦେବରାକୋଣ୍ଡା ଦୁବାଇରେ ପହଞ୍ଚିଥିଲେ। ମ୍ୟାଚ ଦେଖିବା ସହିତ ବିଜୟ ଏଠାରେ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଲାଇଗର’କୁ ପ୍ରମୋଶନ କରୁଥିଲେ। ମ୍ୟାଚ ଉପସ୍ଥାପକମାନେ ତାଙ୍କୁ ପଚାରିଥିଲେ ଯେ ସେ କେଉଁ ଖେଳାଳିଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହିଁବେ। ଏହାର ଜବାବରେ ୩୩ ବର୍ଷୀୟ ବିଜୟ କୋହଲିଙ୍କ ଉପରେ ବାୟୋପିକ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ ପୂର୍ବରୁ ହୋଇସାରିଥିବାରୁ ସେ ବିରାଟ କୋହଲିଙ୍କ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରିବେ।
କୋହଲି ଆଧୁନିକ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବରେ ପରିଗଣିତ ହୋଇଥିବାରୁ ସେ ୭୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି।
ନିକଟରେ ବିଜୟ ଫିଲ୍ମ ‘ଲାଇଗର’ ସହ ବଲିଉଡରେ ଡେବ୍ୟୁ କରିଥିଲେ। ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନନ୍ୟା ପାଣ୍ଡେ ମଧ୍ୟ ଅଭିନୟ କରିଥିଲେ।

Share