Fashionably late: South superstar Vijay got a million followers within an hour of joining Instagram. His first post was a photo of himself—with a rakish air and a stylishly greying beard—from the sets of his upcoming film, Leo. “Hello Nanbas and Nanbis,” he captioned it. He has over four million followers on Twitter. Leo is an action-thriller directed by Lokesh Kanagaraj, and co-starring Trisha and Sanjay Dutt. It releases in October.
ନୂଆଦିଲ୍ଲୀ,୨୯ା୧୨: ତାମିଲ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଭିନେତା ଥାଲପଥି ବିଜୟଙ୍କ ଉପରକୁ ସ୍ଲିପରରେ ଆକ୍ରମଣ କରିଛନ୍ତି ଅଜଣା ବ୍ୟକ୍ତି। ବିଜୟ ଗୁରୁବାର ସନ୍ଧ୍ୟାରେ ଚେନ୍ନାଇର ଆଇଲ୍ୟାଣ୍ଡ ଗ୍ରାଉଣ୍ଡରେ ସ୍ୱର୍ଗତ ଅଭିନେତା-ରାଜନେତା ବିଜୟକାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଯାଇଥିବା ସମୟରେ ଏହି ଘଟଣା ଘଟିଛି। ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ବିଜୟ ପ୍ରଶଂସକଙ୍କ ଭିଡ଼ ଦେଇ ଯାଉଛନ୍ତି, ଏହି ସମୟରେ ଏକ ଜୋତା ତାଙ୍କ ଆଡକୁ ଉଡ଼ି ଉଡ଼ି ଆସି ତାଙ୍କୁ ଉପରେ ପଡୁଛି।
ତେବେ ସ୍ଲିପର ଆସି ବିଜୟଙ୍କ ଉପରେ ପଡିବା ପରେ ସେ ଏଥିରେ କୌଣସି ପ୍ରତିକ୍ରିୟା ନ ଦେଇ ସେଠାରୁ ଚାଲିଯାଇଥିଲେ। କିନ୍ତୁ ପରେ ବିଜୟଙ୍କ ଫ୍ୟାନକ୍ଲବ ଏହି ଘଟଣାର ଦୃଶ ନିନ୍ଦା କରିଥିଲା। ତେବେ ନିକଟ ଅତୀତରେ ତାମିଲ ସିନେମା ଇଣ୍ଡଷ୍ଟ୍ରିର ଦୁଇ ସୁପରଷ୍ଟାର ବିଜୟ ଏବଂ ଅଜିତଙ୍କ ପ୍ରଶଂସକ ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳିଛି।