ବୌଦ୍ଧ MVI ଗୋଲାପ ଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଝିଅଘରେ ବି…

ବୌଦ୍ଧ,୩।୮: ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଂସଦା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ରବିବାର ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସମେତ ୬ଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଚାଲିଛି।
ତାଙ୍କ ବାରିପଦା ଘର, ବୌଦ୍ଧ ଭଡ଼ା ଘର ଓ RTO ଅଫସରେ ଚଢ଼ାଉ ଚାଲିଛି। ମୟୂରଭଞ୍ଜ ଖୁଣ୍ଟା ପୈତୃକ ଘର, ବାରିପଦା ସହଯୋଗୀଙ୍କ ଘରେ ଚଢ଼ାଉ ଚାଲିଛି। ଭୁବନେଶ୍ବର ପାଣ୍ଡରାରେ ଝିଅ ରହୁଥିବା ଫ୍ଲାଟ୍‌ରେ ବି ଚଢ଼ାଉ ଜାରି ରହିଛି।