ସକାଳୁ ସକାଳୁ ଫରେଷ୍ଟ ରେଞ୍ଜରଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡ଼ା,୧୯।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛୁ ଭିଜିଲାନ୍ସ ଟିମ। ଆୟର୍ବହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି। ରେଞ୍ଜର ସାହୁ ଦୁର୍ନୀତି କରିବା ଏବଂ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ପାଇ ବହୁ ଦିନରୁ ଭିଜିଲାନ୍ସ ସ୍କାନରରେ ଥିଲେ। ବିଭିନ୍ନ ତଥ୍ୟ ସଂଗ୍ରହ ପରେ ଶୁକ୍ରବାର ଭୋର ପ୍ରାୟ ୬ .୩୦ ସମୟରୁ ଚଢ଼ାଉ ଆରମ୍ଭ କରିଛି। କାଶୀପୁର ସରକାରୀ କାର୍ଯ୍ୟାଳୟ, ବାସଭବନ, କନ୍ଧମାଳ ଜିଲ୍ଲା ବାଲିଗୁଡା ଓ ଶ୍ରିନୀକେତା, ଗଞ୍ଜାମ ଜିଲାର ଭଞ୍ଜନଗର, ବ୍ରହ୍ମପୁର, ନୟାଗଡ଼ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ଜଣାପଡିଛି।

Share