FILE PHOTO: A worker packs a sack filled with rice on the outskirts of the western Indian city of Ahmedabad February 27, 2015. REUTERS/Amit Dave/Files
ମୁମ୍ବାଇ/ହାନୋଇ,୫ା୧- ବିଶ୍ୱରେ ତୃତୀୟ ସର୍ବାଧିକ ଚାଉଳ ରପ୍ତାନୀକାରୀ ଭିଏତନାମ ଚଳିତ ଦଶନ୍ଧିରେ ପ୍ରଥମ ଥର ପାଇଁ ଭାରତଠାରୁ ଚାଉଳ କିଣିଛି। ଭିଏତନାମରେ ଚାଉଳର ଲୋକାଲ ଦାମ୍ରେ ଦେଖିବାକୁ ମିଳିଛି ଅହେତୁକ ବୃଦ୍ଧି, ଯାହାକି ଗେ ସର୍ବାଧିକ। ଏହି କାରଣରୁ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ ଚାଉଳ ଆମଦାନୀ କରିବାକୁ ବାଧ୍ୟ ହୋଇଛି ଭିଏତନାମ।
ଏହା ଦର୍ଶାଉଛି ଏସିଆରେ ଚାଉଳର ଯୋଗାଣ ହ୍ରାସ ପାଇଛି। ଫଳରେ ଚଳିତ ବର୍ଷ ଚାଉଳ ମୂଲ୍ୟରେ ବୃଦ୍ଧି ଘଟିପାରେ। ଏପରି କି ପାରମ୍ପାରିକ ଚାଉଳ କ୍ରେତାମାନେ ଥାଇଲାଣ୍ଡ ଓ ଭିଏତନାମ ପରିବର୍ତ୍ତେ ବିଶ୍ୱର ସର୍ବାଧିକ ଚାଉଳ ରପ୍ତାନୀ କରୁଥିବା ଭାରତ ନିକଟକୁ ଆସୁଛନ୍ତି।