ମୁମ୍ବାଇ: ସୁପରଷ୍ଟାର୍ ରଜନୀକାନ୍ତଙ୍କ ବକ୍ବଷ୍ଟର୍ ଫିଲ୍ମ ‘ଜେଲର୍’ର ସିକ୍ୱେଲ ‘ଜେଲର୍ ୨’କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବଲାନ ସାମିଲ ହୋଇଛନ୍ତି। ତାଙ୍କର ଯୋଗଦାନ ଫିଲ୍ମର କଳାକାର ତାଲିକାକୁ ଆହୁରି ମଜଭୁତ କରିଛି। ସୂଚନା ମୁତାବକ, ବିଦ୍ୟା ବାଲନ ‘ଜେଲର୍ ୨’ର ସ୍କ୍ରିପ୍ଟରେ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି। ସେ ଏହି ଫିଲ୍ମରେ ଏକ ଶକ୍ତିଶାଳୀ ଚରିତ୍ରରେ ନଜର ଆସିବେ, ଯାହା କାହାଣୀରେ ଏକ ମୁଖ୍ୟ ମୋଡ଼ ଆଣିବ। ତାଙ୍କର ଉପସ୍ଥିତି ଫିଲ୍ମର ତୀବ୍ରତା ବଢ଼ାଇବ।
ଏହି ଫିଲ୍ମକୁ ୨୦୨୬ଅଗଷ୍ଟ ୧୪ରେ ଏକ ବଡ଼ ଧରଣର ଥିଏଟରରେ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଗଷ୍ଟ ମାସରେ ପ୍ରଥମ ଭାଗ ‘ଜେଲର୍’ ରିଲିଜ ହୋଇ ବିଶ୍ୱବ୍ୟାପୀ ୬୦୫-୬୫୦ କୋଟିର ବ୍ୟବସାୟ କରିଥିଲା। ନିର୍ଦ୍ଦେଶକ ନେଲସନ ଦିଲୀପକୁମାରଙ୍କ ଏହି ଫିଲ୍ମରେ ରଜନୀକାନ୍ତ ପୁଣି ଥରେ ‘ଟାଇଗର୍ ମୁଥୁବେଲ ପାଣ୍ଡିଆନ’ ଭୂମିକାରେ ଫେରିବେ। ଫିଲ୍ମରେ ମୋହନଲାଲ, ଶିବ ରାଜକୁମାର, ନନ୍ଦମୁରୀ ବାଲକ୍ରିଷ୍ଣା ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ କ୍ୟାମିଓ (ଅତିଥି) ଭୂମିକା ଏହାକୁ ଏକ ବୃହତ ପାନ-ଇଣ୍ଡିଆ ପ୍ରୋଜେକ୍ଟ କରିବ।