VIDEO VIRAL: ମୋ ସ୍ତ୍ରୀ ପାକିସ୍ତାନୀ ଗୁପ୍ତଚର କହିଦେଲେ ସ୍ବାମୀ ପରେ ଯାହା ହେଲା….

ମୋ ସ୍ତ୍ରୀର ପାକିସ୍ତାନୀ ଆତଙ୍କବାଦୀଙ୍କ ସମ୍ପର୍କ ରହିଛି ସେ ଜଣେ ପାକିସ୍ତାନୀ ଗୁପ୍ତଚର ବୋଲି ଖୋଦ୍‌ ଅଭିଯୋଗ ଆଣିଛନ୍ତି ସ୍ବାମୀ।
ପହଲଗାମରେ ପର୍ଯ୍ୟଟକଙ୍କୁ  ହତ୍ୟା  ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମୂଳକ ପରସ୍ଥିତି ଲାଗି ରହିଥିବା ବେଳେ ହାଇଦ୍ରାବାଦର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେଉଥିବା ବେଳେ ଏହା ହାଇଦ୍ରାବାଦର ବୋଲି ଜଣାପଡିଛି। ଘରେ ସ୍ତ୍ରୀ ଖଟ ଉପରେ ବସିଥିବା ବେଳେ ସ୍ବାମୀ ଭିଡିଓ ଶୁଟିଂ କରିବା ସହ ଇଣ୍ଟରୋଗେସଶ କରୁଛନ୍ତି। ମହିଳା ଜଣଙ୍କ ହିନ୍ଦୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଇସଲାମକୁ କନଭର୍ଟ ହୋଇଥିଲେ। ଏପରିକି ୨୦୧୬ରେ ଆତଙ୍କବାଦୀ ମାସୁଦ ଆଝାର ସହିତ ଇମେଲ ଜରିଆରେ ସମ୍ପର୍କ ରଖିଥିବା ଜଣାପଡିଥିଲା।
ଭିଡିଓ ଶୁଟିଂ ସମୟରେ ଦୁଇ ଜଣ ଛୁଆ ବ୍ୟାକଗ୍ରାଉଣ୍ଡରେ ଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ପରିଚୟ ସେ ଭାରତୀୟ ତଦନ୍ତକାରୀ ସଂସ୍ଥାକୁ ପ୍ରଦାନ କରିବେ ବୋଲି ଧମକ ଦେଇଥିଲେ ସ୍ବାମୀ। ମହିଳା ଜଣଙ୍କ ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ନେଇ ସେ ଅଭିଯୋଗ ମଧ୍ୟ କରିଥିଲେ। ତେବେ ମହିଳା ଜଣଙ୍କ ଏହି ଅଭିଯୋଗକୁ ଅସ୍ବୀକାର କରିଥିଲେ। ତେବେ ଭିଡିଓଟି ଭାଇରାଲ ହୋଇଥିଲେ ମଧ୍ୟ ସ୍ବାମୀ ସ୍ତ୍ରୀଙ୍କ ପ୍ରକୃତ ପରିଚୟ ମିଳିପାରିନାହିଁ।