ଦୁର୍ଗମ ଅଞ୍ଚଳ ବୁଲିଲେ ବିଡିଓ: ଲୋକଙ୍କ ସମସ୍ୟା ଦୂର ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୮।୧୧(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିଡିଓମାନେ ନିଜ କାର୍ଯ୍ୟାଳୟରେ ସମୟ ନ ବିତାଇ ଗାଁ ଗାଁ ବୁଲୁଛନ୍ତି। ସେଠାରେ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ସହ ଲୋକଙ୍କ ଅଭିଯୋଗକୁ ଶୁଣିବା ଓ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଠିକ ଭାବେ ଗାଁରେ ଖର୍ଚ୍ଚ କରିବା ଓ ଲୋକଙ୍କ ନିକଟରେ ଯୋଜନାର ସଫଳ ରୂପାୟନ ଉପରେ ତଦାରଖ କରୁଛନ୍ତି। ଏହାକୁ ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥ ଗୁରୁତ୍ୱ ଦେବା ସହ ବିଭିନ୍ନ ପଞ୍ଚାୟତର ଦୁର୍ଗମ ଗାଁରେ ପହଞ୍ଚି ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି । ସେ ଶୁକ୍ରବାର ଉକ୍ତ ବ୍ଲକର ଦୁର୍ଗମ ପଞ୍ଚାୟତ ଗୁମିକିଆ, ବୁଡ଼ାଗୁଡା ଏବଂ କିରିକୁଟି ପଞ୍ଚାୟତର ଦୁର୍ଗମ ଗ୍ରାମକୁ ଯାଇ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କରିଛନ୍ତି ତାଙ୍କ ସହ ସହକାରୀ ଯନ୍ତ୍ରୀ ତୁଷାର ସେଠୀ ମଧ୍ୟ ଗସ୍ତ କରିଥିଲେ।

ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ଚାଲିଥିବା ରାସ୍ତା କାର୍ଯ୍ୟ ସମେତ ବିଭିନ୍ନ ବିଦ୍ୟାଳୟର ମରାମତି, ଗୋଷ୍ଠି ଗୃହ, ପେଭରବ୍ଲକ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସମେତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣ କାର୍ଯ୍ୟକୁ ପରିଦର୍ଶନ କରିଛନ୍ତି। ଏଥିସହ ଦୁର୍ଗମ ଅଞ୍ଚଳରେ, ଯେଉଁମାନେ ଦାରିଙ୍ଗବାଡି ବିଡ଼ିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ମୁସ୍କିଲ ରହିଛି, ସେମାନଙ୍କ ଅଭିଯୋଗକୁ ବିଡ଼ିଓ ଲୋକଙ୍କ ଘରେ ଘରେ ସେହି ଅଭିଯୋଗ ଗୁଡିକ ଶୁଣିବା ସହ ତାକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏଥିସହ ଆସନ୍ତା ସୋମବାର ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ କନ୍ଧମାଳ ଜିଲାପାଳ ବେଦଭୁଷଣଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥିବାରୁ ବିଡ଼ିଓ ରଥ ଅଞ୍ଚଳବାସୀଙ୍କୁ ଅଭିଯୋଗ ଶୁଣାଣିରେ ପହଞ୍ଚି ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ବିଡିଓ ରଥଙ୍କୁ ଦୁର୍ଗମ ଅଞ୍ଚଳବାସୀ ନିକଟରେ ପାଇ ବହୁତ ଆନନ୍ଦ ଅନୁଭବ କରିବା ସହ ଏଭଳି ଦୁର୍ଗମ ଅଞ୍ଚଳ ବୁଲିଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ବୁଡ଼ାଗୁଡା ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ସରପଞ୍ଚ ତାତୁରା ପ୍ରଧାନ ପ୍ରମୁଖ କହିଛନ୍ତ।

 

Dharitri – Odisha’s No.1 Odia Daily

 

 

Share